୧୮ ଦିନରେ ସ୍ୱଦେଶ ଫେରିଛନ୍ତି ୧ଲକ୍ଷ ୨୩ହଜାର ନାଗରିକ
କାବୁଲ: ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ଥାନରୁ ଆମେରିକା ସେନାର ଚୂଡାନ୍ତ ପ୍ରତ୍ୟାହାର କରିନେଇଛି । ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ଆମେରିକା ନିଷ୍ପତ୍ତି ନେଇଥିଲା । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ସେନା ଆମେରିକା ଫେରିଥିବା ବେଳେ ୪ହଜାର ସେନା କାବୁଲ ବିମାନ ବନ୍ଦରରେ ମୁତୟନ ଥିବା ନେଇ ଆମେରିକୀୟ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କାବୁଲ ବିମାନ ବନ୍ଦରରେ ଥିବା ସେନା ଆଫଗାନିସ୍ଥାନ ଛାଡୁଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ନେବାକୁ ସୁରକ୍ଷା ଦାୟିତ୍ୱରେ ଥିଲେ । ତେବେ ରବିବାର ସୁଦ୍ଧା ଆଉ ୧ ହଜାର ବିଦେଶୀ ନାଗରିକ ରହିଥିବା ବେଳେ ସେମାନେ ସୋମବାର ସୁଦ୍ଧା ନିଜ ଦେଶକୁ ଫେରିଯାଇଛନ୍ତି । ୧୮ ଦିନରେ ୧ଲକ୍ଷ ୨୩ହଜାର ନାଗରିକ ସ୍ୱଦେଶ ଫେରିଛନ୍ତି । ଏହାପରେ ଆଜି ସମସ୍ତ ଆମେରିକୀୟ ସେନା ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଫଳରେ ଦୁଇ ଦଶନ୍ଧି ଧରି ଚାଲିଥିବା ମିଶନର ଅନ୍ତ ଘଟିଛି । ସମସ୍ତ ଆମେରିକାର ସେନା ଏୟାର ପୋର୍ଟ ଛାଡିବା ପରେ ତାଲିବାନ କବ୍ଚାରେ ଥିବା କାବୁଲ ଏୟାରପୋର୍ଟରେ ତାଲିବାନି ଆକାଶକୁ ବ୍ଲାଙ୍କ ଫାଇରିଙ୍ଗ୍ କରି ସେଲିବ୍ରେସନ କରୁଛନ୍ତି । ଏହାପରେ ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠାରେ ଆମେରିକା ଓହରିବ ନାହିଁ ବୋଲି ଆମେରିକା ବୈଦେଶିକ ସଚିବ ସୂଚନା ଦେଇଛନ୍ତି । ଆଉ ଆମେରିକୀୟଙ୍କ ଜୀବନହାନି କରିବାକୁ ଦେବୁନି ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ।
Powered by Froala Editor