ଅବସର ଗ୍ରହଣ କରିଥିବା ବ୍ୟାଙ୍କ କର୍ମଚାରୀଙ୍କ ପେନସନ ବୃଦ୍ଧି

ନୂଆଦିଲ୍ଲୀ: ଅବସର ଗ୍ରହଣ କରିଥିବା ଲକ୍ଷାଧିକ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲି ପେନସନରେ ବୃଦ୍ଧି କରିଛନ୍ତି । ପେନସନ ଭୋଗୀମାନେ ଶେଷ ବେତନର ୩୦% ରାଶିକୁ ପେନସନ୍ ଆକାରରେ ପାଇବେ । ପୂର୍ବରୁ କର୍ମଚାରୀଙ୍କ ପେନସନ ୯୨୮୪ ଟଙ୍କାରେ ସୀମିତ ଥିଲା । ଆଗାମୀ ଦିନରେ ସେଥିରେ ୩୦-୩୫ ହଜାର ଟଙ୍କା ପର୍ଯ୍ୟନ୍ତର ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ବିଭିନ୍ନ ବର୍ଗର ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲି ପେନସନକୁ ଯଥାକ୍ରମେ ୧୫%, ୨୦% ଓ ୩୦% ହାରରେ ବୃଦ୍ଧି କରିବା ଲାଗି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ସୁପାରିସ କରାଯାଇଥିଲା । ଅର୍ଥ ମନ୍ତ୍ରଣାଳୟ ସେହି ସୁପାରିସକୁ ଗ୍ରହଣ କରିଛି । ଏଥି ସହିତ ବ୍ୟାଙ୍କ ପକ୍ଷରୁ କର୍ମଚାରୀଙ୍କ ଏନପିଏସ ପାଇଁ ଯେଉଁ ଅବଦାନ ଦିଆଯାଉଛି ତାହାର ହାର ବେତନର ୧୦%ରୁ ବଢ଼ାଇ ୧୪% କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ ବ୍ୟାଙ୍କର ପରିଚାଳନା ନିଦେ୍ର୍ଧଶକ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସହ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଥିଲେ । ମହାମାରୀ ସତ୍ତ୍ୱେ ସାମଗ୍ରିକ ଭାବେ ଉନ୍ନତ ପ୍ରଦର୍ଶନ କରି ବ୍ୟାଙ୍କଗୁଡ଼ିକ କଠୋର ପ୍ରମ୍ପଟ୍ କରେକ୍ଟିଭ ଆକ୍ସନ (ପିସିଏ)ରୁ ମୁକୁଳି ପାରିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକ ଲୋକଙ୍କ ପାଖରେ ଋଣ ପହଞ୍ଚାଇବା ଲାଗି ଦେଶର ପ୍ରତି ଜିଲ୍ଲାରେ ଋଣ ପ୍ରଦର୍ଶନୀ ଆୟୋଜନ କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ବ୍ୟାଙ୍କ ବାହାରୁ ମ୍ମ ଲୋକମାନେ ଋଣ ନେଉଛନ୍ତି । ଋଣ ଲକ୍ଷ୍ୟ ଧାର୍ଯ୍ୟ କରିବା ବେଳେ ତାହା ବିଚାରକୁ ନେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି । ଚଳିତ ମାସରେ ବ୍ୟାଙ୍କ କର୍ମଚାରୀ ଓ ପେନସନଭୋଗୀମାନଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାରେ ବୃଦ୍ଧି କରାଯାଇଥିଲା । ବ୍ୟାଙ୍କ କର୍ମଚାରୀଙ୍କ ପେନସନଳ ବୃଦ୍ଧି କରାଯାଇଥିବାରୁ ସର୍ବଭାରତୀୟ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ମହାସଂଘ ପକ୍ଷରୁ ସରକାର, ଆଇବିଏ ସିଇଓ ଓ ଅନ୍ୟ ଅଧିକାରୀ ଓ ୟୁବିଏଫୟୁ ସଂଯୋଜକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
Powered by Froala Editor