ବର ନୁହେଁ, କନ୍ୟା କାର୍ ଚଳାଇ ଗଲେ ଶାଶୂଘର
ଘୋଡାରେ ସବାର ହୋଇ ବର ଆସିବ । ବାଜାବାଣ ସହ ସାଙ୍ଗରେ ନେଇଯିବ । ଏମିତି ଇଚ୍ଛା ଗୋଟିଏ କନ୍ୟାର ଥାଏ । ହେଲେ ଯୁଗ ବଦଳୁଛି । ତାସହ ଝିଅ ମାନେ ବି ନିଜକୁ ପୁଅଙ୍କ ସହ ସକ୍ଷମ କରୁଛନ୍ତି । ନୂଆ ଧାରା ସହ ଜଣେ କନ୍ୟା ନିଜେ କାର୍ ଚଳାଇ ବରକୁ ସାଥିରେ ନେଇଛନ୍ତିା । କାଶ୍ମୀରର ଏ ଭିଡିଓ ଏବେ ଭାଇରାଲ ହୋଇଛି । ଲୋକଙ୍କୁ କାଶ୍ମିରୀ କନ୍ୟାଙ୍କ ଏହି ଭିଡିଓ ବହୁତ ପସନ୍ଦ ଆସିଛି। ଭିଡିଓକୁ @MantashaQ_ ନାମକ ୟୁଜର ସେୟାର କରିଛନ୍ତି। ଭିଡିଓ ସହ କ୍ୟାପ୍ସନ ଲେଖାହୋଇଛି, ବଧୂ ବର ସହ ଶାଶୂଘରକୁ ଯାଉଛି #KhudkafeelKashmir” । ବର-ବଧୂ ଦୁହିଁଙ୍କୁ ବାହାଘର ପୋଷାକରେ ଦେଖିବାକୁ ମିଳିଛି। ଭିଡିଓରେ ଯୁବତୀ ମହିନ୍ଦ୍ରା ଥର ଚଲାଉଥିବା ନଜର ଆସିଛନ୍ତି। ଉଭୟେ ଖୁସି ଥିବା ଓ ହସୁଥିବା ନଜର ଆସିଛନ୍ତି।
ସୋସିଆଲ ମିଡ଼ିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି ଓ ଲୋକେ ଏହାକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଟ୍ୱିଟର ୟୁଜର୍ସ ଭିଡିଓରେ ଅନେକ ପ୍ରତିକ୍ରିୟା ରଖିଛନ୍ତି ଓ ବରକନ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏବେ ପରମ୍ପରା ବଦଳୁଛି’ ।
ସୂଚନା ଅନୁଯାୟୀ, ବର-ବଧୂ ଉଭୟଙ୍କ ଘର କାଶ୍ମୀରରେ। ଯୁବତୀଙ୍କ ବାହାଘର ଦୁଇ ଦିନ ପୂର୍ବରୁ ଉତ୍ତର କାଶ୍ମୀରର ବାରମୁଳା ଜିଲ୍ଲାରେ ହୋଇଥିଲେ।
Powered by Froala Editor