ପଙ୍କଜ କୁମାର ସିଂହ ବିଏସ୍ଏଫ୍ର ନୂଆ ଡିିଜି, ୩୧ରୁ ଦାୟିତ୍ବ ନେବେ

ବିଏସ୍ଏଫ(ସୀମା ସୁରକ୍ଷା ବଳ)ର ନୂଆ ନିର୍ଦ୍ଦେଶକ ହୋଇଛନ୍ତି ପଙ୍କଜ କୁମାର ସିଂହ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏବେ ସେ ବିଏସଏଫ୍ରେ ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଛନ୍ତି । ୩୧ ଅଗଷ୍ଟରୁ ଡିସେମ୍ବର ୩୧ ଯାଏଁ ସେ ଏହି ଦାୟିତ୍ବରେ ରହିବେ ।
ଭାରତୀୟ ପୁଲିସ ସେବା ୧୯୮୮ ବ୍ୟାଚ୍ର ଅଫିସର ପଙ୍କଜ କୁମାର ସିଂହ ରାଜସ୍ଥାନ କ୍ୟାଡରର ଅଧିକାରୀ। ବର୍ତ୍ତମାନ ଆଇଟିବିପିର ଡିଜି ଥିବା ଏସ୍ ଏସ୍ ଦେଶୱାଲ୍ଙ୍କ ଦାୟିତ୍ୱ ଛାଡ଼ିବା ପରେ ପଙ୍କଜ ଅଗଷ୍ଟ ୩୧ ତାରିଖରେ ଏହି ନୂଆ ଡିଜି ଭାବେ ଦାୟିତ୍ୱ ସମ୍ଭାଳିବେ। ଗୁଜରାତ କ୍ୟାଡର ଅଧିକାରୀ ରାକେଶ ଅସ୍ଥାନାଙ୍କ କାର୍ଯ୍ୟକାଳ ସରିବା ପରେ ଦେଶୱାଲ ବିଏସ୍ଏଫ୍ର ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିଲେ। ଅଗଷ୍ଟ ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ନୂଆ ଡିଜି ହେବାକୁ ଯାଉଥିବା ପଙ୍କଜ ସିଂହଙ୍କ ବାପା ପ୍ରକାଶ ସିଂହ ମଧ୍ୟ ଅତୀତରେ ବିଏସ୍ଏଫ୍ର ମହା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଅନ୍ୟପଟେ ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ (ବିପିଆର ଆଣ୍ଡ ଡି)ର ମହାନିର୍ଦେଶକ ଭାବେ ଆଇପିଏସ୍ ବାଲାଜୀ ଶ୍ରୀବାସ୍ତବଙ୍କୁ ନିଯୁକ୍ତ କରିଛନ୍ତି ଭାରତ ସରକାର ।
ସୂଚନା ଥାଉକି, ବିଏସ୍ଏଫ୍ ପାକିସ୍ତାନ ଓ ବାଂଲାଦେଶକୁ ଲାଗି ଭାରତର ୬,୩୦୦ କିଲୋମିଟର ସୀମାରେ ସୁରକ୍ଷା ଦେଇଥାଏ। ଏଥିରେ ବର୍ତ୍ତମାନ ୨.୬୫ ଲକ୍ଷ ଯବାନ କାର୍ଯ୍ୟରତ ଅଛନ୍ତି। ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସଞ୍ଜୟ ଅରୋଡ଼ା(ତାମିଲ ନାଡୁ କ୍ୟାଡର) ଓ ବାଲାଜୀ ଶ୍ରୀବାସ୍ତବ(ଏଜିଏମ୍ୟୁଟି କ୍ୟାଡର)ଙ୍କୁ ଭାରତର ଆଇଟିବିପି ଓ ପୁଲିଲ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋ(ବିପିଆର୍ଡି)ର ନୂଆ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି।
Powered by Froala Editor