ଟ୍ରେନିଂ ବେଳେ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ
ରାଜସ୍ଥାନର ବାରମେରଠାରେ ଭାରତୀୟ ବାୟୁସେନାର ମିଗ୍-୨୧ ବିସନ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ବିମାନରେ ଥିବା ପାଇଲଟ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ନେଇ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଦୁର୍ଘଟଣାର କାରଣ ଯାନ୍ତ୍ରିକ ତ୍ରୁଟି ବୋଲି ବାୟୁସେନା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି। ଏଥିସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ବାୟୁସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବିମାନଟିକୁ ତାଲିମ ଉଦ୍ଦେଶ୍ୟରେ ଉଡ଼ାଯାଉଥିଲା । ବିମାନଟି ବାଡମେରର ଉତ୍ତରରେ ଥିବା ଏୟାରବେସକୁ ଉଡ଼ାଣ ଭରିଥିଲା। ହେଲେ ଅପରାହ୍ଣ ସାଢେ ୫ଟା ବେଳେ ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ସମୟରେ ପାଇଲଟ ଚତୁରତା ଦେଖାଇ ଜନବସତି ଅଞ୍ଚଳରୁ ଅନ୍ୟ ଆଡକୁ ନେଇ ଯାଇଥିଲେ। ଏହା ପରେ ନିଜେ ପାଇଲଟ ସୁରକ୍ଷିତ ଭାବରେ ଅବତରଣ କରିଥିଲେ।
ସ୍ଥାନୀୟ ଲୋକେ କହିଛନ୍ତି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଆକାଶରେ ବଜ୍ରପାତ ଭଳି ଶବ୍ଦ ଶୁଣା ଯାଇଥିଲା। ଏହା ପରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ତେବେ ବିମାନଟି ଭୁଟାରିଆ ଗାଁର ଯେଉଁ ସ୍ଥାନରେ ଦୁର୍ଘଟଣାର ଶିକାର ହୋଇଛି ସେହି ସ୍ଥାନରେ କିଛି ହାଟ ଏବଂ କୁଡିଆ ଘର ଥିଲା। ବିମାନଟି ଦୁର୍ଘଟଣାର ଶିକାର ହେବା ବେଳେ ନିଆଁ ଲାଗିଯାଇଥିଲା। ତେବେ କୌଣସି ସ୍ଥାନୀୟ ଲୋକଙ୍କର ପ୍ରାଣହାନୀ ହୋଇନଥିବା ଜଣାପଡ଼ିଛି।
Powered by Froala Editor