ଆଇଟି ମନ୍ତ୍ରୀରୁ ପିଜା ଡେଲିଭରୀ ବୟ...
ଦିନେ ଦେଶର ଆଇଟି ମନ୍ତ୍ରୀ ଥିଲେ । କିନ୍ତୁ ଆଜି ଡେଲିଭରି ବୟ ହୋଇ ରାସ୍ତାରେ ବୁଲି ବୁଲି ପିଜା ଡେଲିଭରୀ କରୁଛନ୍ତି । ଦୀର୍ଘ ୨୦ ବର୍ଷ ପରେ ତାଲିବାନର କ୍ଷମତା ଦଖଲ ପରେ ସବୁକିଛି ଓଲଟ ପାଲଟ ହୋଇଯାଇଛି । ଆଫଗାନିସ୍ତାନର ପୂର୍ବତନ ଆଇଟି ମନ୍ତ୍ରୀ ସୟଦ ଅହମ୍ମଦ ଶାହା ବର୍ତ୍ତମାନ ଜର୍ମାନୀରେ ବୁଲି ବୁଲି ପିଜା ବିକ୍ରି କରୁଛନ୍ତି। ଏକ ପିଜା କମ୍ପାନୀର ୟୁନିଫର୍ମ ପିନ୍ଧି ସେ ଜର୍ମାନୀର ଲିପଜିଗରେ ଏକ ସାଇକେଲରେ ପିଜା ଡେଲିଭରି କରୁଛନ୍ତି । ମନ୍ତ୍ରୀ ସାୟଦ୍ ଅହମଦଙ୍କର ଏହି ଫୋଟ ଏବେ ସବୁଠି ଭାଇରାଲ୍ ହେଉଛି । ସେ ଜର୍ମାନୀରେ ସାଇକେଲରେ ପିଜା ବିକ୍ରି କରୁଥିବାର ଏହି ଫୋଟକୁ ଦେଖି ସମସ୍ତେ ଆଚମ୍ବିତ ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୟଦ କହିଛନ୍ତି ଯେ ସେ ଗତବର୍ଷ ଆଇଟି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅନେକ ପ୍ରସଙ୍ଗରେ ରାଷ୍ଟ୍ରପତି ଘାନିଙ୍କ ସହ ମତଭେଦ ହୋଇଥିଲା । ଇସ୍ତଫା ଦେବା ପରେ ସେ ଦେଶରେ କିଛି ଦିନ ବିତାଇଥିଲେ। ଏହା ପରେ ସେ ଜର୍ମାନୀ ଯାଇଥିଲେ। ପ୍ରଥମେ ସବୁକିଛି ଠିକ୍ ଚାଲିଥିଲା । ପରେ ଟଙ୍କା ଅଭାବ ପଡିବାରୁ ତାଙ୍କୁ ପିଜା ଡେଲିଭରି କରିବାକୁ ପଡୁଛି ।
ସୂଚନା ଥାଉକି, ସୟଦ ୨୦୦୫ ରୁ ୨୦୧୩ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କର ମୁଖ୍ୟ ବୈଷୟିକ ପରାମର୍ଶଦାତାଙ୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ ।
Powered by Froala Editor