ତାଲିବାନର ରାଜୁତି:କେହି ଦେଶ ଛାଡି ପାରିବେ ନାହିଁ

କାବୁଲ: ଆଫଗାନିସ୍ଥାନକୁ ତାଲିବାନ ଦଖଲ କରିସାରିବା ପରେ ସେଠାରେ ନିଜର ରାଜୁତି ଚଳାଉଛି । ଦୀର୍ଘ ୨୦ ବର୍ଷ ପରେ ପୁନର୍ବାର ଆଫଗାନିସ୍ଥାନକୁ ନିଜ ଦଖଲକୁ ଆଣିଛି । ୧୫ ଅଗଷ୍ଟରେ ତାଲିବାନ ଆଫଗାନିସ୍ଥାନକୁ ଦଖଲ କରିସାରିବା ପରେ ଆଫଗାନ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିଥିଲେ । ତାଲିବାନର ନୃଶଂସ କାଣ୍ଡକୁ ଦେଖି ସେଠାରେ ଭୟର ବାତାବରଣ ଖେଳି ଯାଇଛି ଓ ମହିଳା ମାନଙ୍କ ଉପରେ ଅଧିକ ଅତ୍ୟାଚାର ହେଉଥିବା ଏବଂ ସେମାନଙ୍କ ପାଇଁ କଡା ନିୟମ ଲାଗୁ ହୋଇଥିବା ସୂଚନା ମିଳିଛି । ଏଥିପାଇଁ ଅନେକ ଲୋକ ଦେଶ ଛାଡି ଚାଲିଯାଇଛନ୍ତି । ବର୍ତ୍ତମାନ ମଧ୍ୟ ଅନେକ ଲୋକ ଜୀବନ ଭୟରେ ଯେକୌଣସି ମୂଲ୍ୟରେ ଆଫଗାନ ଛାଡିବାକୁ ଚେଷ୍ଠା କରୁଛନ୍ତି । ଏଭଳି ପରିସ୍ଥିତିରେ ଆଫଗାନିସ୍ଥାନର କୌଣସି ନାଗରିକ ଦେଶ ଛାଡିପାରିବେ ନାହିଁ ବୋଲି ତାଲିବାନ ତରଫରୁ କଡା ଚେତାବନୀ ଦିଆଯାଇଛି । ଏହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
Powered by Froala Editor