ବର୍ଷ ଶେଷ ସୁଦ୍ଧା ରୁଷରୁ ଭାରତ ଆସିବ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ

ଚଳିତ ବର୍ଷ ରୁଷରୁ ଭାରତ ଆସିବ ଏସ୍-୪୦୦ ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ। ଏୟାର ଆଣ୍ଡ ସ୍ପେସ ଡିଫେନ୍ସ କନସର୍ନ ଆଲମାଜ-ଏନିର ଜଣେ ଅଧିକାରୀ କହିଛନ୍ତି, ଋଷ ଏହି ବର୍ଷ ଶେଷ(୨୦୨୧) ବେଳକୁ ଏସ-୪୦୦ର ମିସାଇଲ ଡିଫେନ୍ସ ସିଷ୍ଟମ ଡେଲିଭରି ଆରମ୍ଭ କରିବ। ବର୍ତ୍ତମାନ ଏସ୍-୪୦୦ ଅପରେଟ୍ କରିବା ପାଇଁ ଭାରତୀୟ ମିଲିଟାରୀର ଅଧିକାରୀଙ୍କ ଟ୍ରେନିଂ ଚାଲିଛି। ଏହି ମାସାଇଲ୍କୁ ଚଳାଇବା ପାଇଁ ଭାତରୀୟ ସୈନ୍ୟ ଅଧିକାରୀଙ୍କ ପ୍ରଥମ ବ୍ୟାଚ୍ର ତାଲିମ ସମାପ୍ତ ହୋଇଛି। ଦ୍ୱିତୀୟ ବ୍ୟାଚ୍ର ତାଲିମ ଏବେବି ଜାରି। ତାଲିମ ବେଳେ ଭାରତୀୟ ସୈନ୍ୟମାନେ ଉଚ୍ଚସ୍ତରର ପ୍ରଦର୍ଶନ କରିଛନ୍ତି ବୋଲି ଏୟାର ଆଣ୍ଡ ସ୍ପେସ ଡିଫେନ୍ସ କନସର୍ନ ଆଲମାଜ-ଏନିର ବରିଷ୍ଠ ଅଧିକାରୀ କହିଛନ୍ତି। ସେପଟେ ଏସ୍-୪୦୦ର ତାଲିମ ନେବା ପାଇଁ ଚଳିତ ମାସରେ ଆଉ ୧୦୦ ଭାରତୀୟ ସୈନିକ ରୁଷ ଯିବେ ବୋଲି ଜଣାପଡିଛି।
ଏଥିସହିତ ଡେପୁଟି ସିଇଓ ବ୍ୟାଚେସ୍ଲାବ ଡିଜିରକଲନ କହିଛନ୍ତି, ମୁଁ ଲୋକଙ୍କ ସଂଖ୍ୟା କଥା କହୁ ନାହିଁ। କିନ୍ତୁ ଆମର ସାମଗ୍ରୀକୁ ଉଚିତ ଶୈଳୀରେ ଅପରେଟ କରିବା ପାଇଁ ଭାରତୀୟ ସଶସ୍ତ୍ର ବଳର ସଂଖ୍ୟା ପର୍ଯ୍ୟାପ୍ତ ରହିଛି। ପ୍ରଶିକ୍ଷଣ ପରେ ଇଣ୍ଡିଆନ ସ୍ପେଶାଲିଷ୍ଟର ଫାଷ୍ଟଗ୍ରୁପ ଯେଉଁ ସଫଳତା ଦେଖାଇଛନ୍ତି ତାହା ବହୁତ ପ୍ରଭାବୀ ରହିଛି। ଏହି ଡିଫେନ୍ସ ମିସାଇଲ୍ ସିଷ୍ଟମ ମିଳିବା ପରେ ଭାତରର ସୁରକ୍ଷା ଅଭେଦ ହୋଇଯିବ। କାରଣ ଏହା ହେଉଛି ବିଶ୍ୱର ସର୍ବୋତ୍ତମ ମିସାଇଲ୍ ଅସ୍ତ୍ର।
Powered by Froala Editor