ଗଜନୀ ଗେଟ ଭାଙ୍ଗିଦେଲେ ତାଲିବାନ ଆତଙ୍କୀ

ତାଲିବାନ ଆତଙ୍କୀ ସଂଗଠନ ବିଶ୍ୱ ପ୍ରସିଦ୍ଧ ଗଜନୀ ଗେଟକୁ ଭାଙ୍ଗି ଦେଇଛନ୍ତି । କ୍ରେନରେ ଏହି ଗେଟକୁ ଭାଙ୍ଗିବା ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ଏହି ଗେଟ ଇସଲାମ ପରମ୍ପରା ଓ ସଂସ୍କୃତିର ପ୍ରତୀକ ଭାବେ ବର୍ଣ୍ଣନା କରାଯାଇଥାଏ । ପୂର୍ବତନ ରାଷ୍ଟ୍ରପତି ଅଶରଫ ଗନି ସରକାର ଏହାକୁ ନିର୍ମାଣ କରିଥିଲେ । ପୂର୍ବରୁ ବୋମିୟାନରେ ଅବଦୁଲ ଅଲୀ ମଜାରୀଙ୍କ ମୂର୍ତିଙ୍କୁ ମଧ୍ୟ ସେମାନେ ଭାଙ୍ଗି ଦେଇଥିଲେ । ସେହିପରି ୨୦୦୧ରେ ମୁଲ୍ଲା ମହମ୍ମଦ ଉମରଙ୍କ ନିର୍ଦ୍ଦେଶରେ ବୁଦ୍ଧଙ୍କ ମୂର୍ତି ମଧ୍ୟ ସେମାନେ ଭାଙ୍ଗୀ ଦେଇଥିଲେ । ଏବେ ତାଲିବାନୀ ନିଜର ଅସଲ ରୂପ ଦେଖାଉଥିବାବେଳେ ଧ୍ୱଂସ ଲୀଳା ରଚୁଛନ୍ତି । ନିଷ୍ଠୁରତାର ସୀମା ଟପୁଛନ୍ତି । ତେଣୁ ଲୋକେ ସେଠାରୁ ପଳାୟନ କରୁଥିବାବେଳେ ସେଠାକାର ନାଗରିକ ଭୟରେ ଥରୁଛନ୍ତି ।
Powered by Froala Editor