ବାହାଘରକୁ ଡାକିଲେନି ବୋଲି ବରକୁ ନିର୍ଧୁମ ପିଟିଲା ପଡୋଶୀ

ବାହାଘରରେ ପଡୋଶୀଙ୍କୁ ନିମନ୍ତ୍ରଣ କରିନଥିବାରୁ ଜଣେ ଯୁବକଙ୍କୁ ନିର୍ଧୁମ ମାଡ ଖାଇବାକୁ ପଡିଛି । ଏମିତି ପଡୋଶୀ ବରକୁ ମଦ ପିଇବାକୁ ଟଙ୍କା ମାଗିଛନ୍ତି । ମଧ୍ୟପ୍ରଦେଶ ଭିଣ୍ଡରୁ ଏଭଳି ଅଜବ କାରନାମା ସାମନାକୁ ଆସିଛି ।
ଜଣେ ପୋଲିସ ଅଧିକାରୀଙ୍କ ଅନୁସାରେ, ରବିବାର ରାତିରେ ଦେହାତ ଥାନା ଅନ୍ତର୍ଗତ ଚନ୍ଦୁପୂରା ଗାଁରେ ଏହି ଘଟଣା ଘଟିଥିଲା। ନବବିବାହିତ ଯୁବକଙ୍କ ଅଭିଯୋଗ କ୍ରମେ, ବାହାଘର ପାଇଁ ସେ ନିଜର ପଡ଼ୋଶୀ ନରେନ୍ଦ୍ର କୁଶବାହକୁ ନିମନ୍ତ୍ରଣ କରିନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ବରଙ୍କୁ ମାଡ଼ ମାରିଥିଲା । ନରେନ୍ଦ୍ରକୁ ବର ନଡାକିବାରୁ ସେ ଏହାର କାରଣ ପଚାରିଥିଲା। କରୋନା ଗାଇଡଲାଇନ୍ ପାଇଁ ଅଧିକ ଅତିଥିଙ୍କୁ ଅନୁମତି ମିଳୁନଥିବାରୁ ସମସ୍ତଙ୍କୁ ଡାକିବା ସମ୍ଭବ ନୁହେଁ ବୋଲି ଯୁବକ କହିଥିଲେ। ଏଥିରେ ସେ ଆହୁରି ରାଗି ଯାଇ ଯୁବକଙ୍କୁ ମାଡ଼ ମାରିଥିଲା। କେବଳ ସେତିକି ନୁହେଁ ମଦ ପାଇଁ ଅଭିଯୁକ୍ତ ୫୦୦ ଟଙ୍କା ମାଗିଥିଲା । ଭୟରେ ପୀଡ଼ିତ ୧୦୦ ଟଙ୍କା ଦେଇଥିଲେ କିନ୍ତୁ ଆହୁରି ଟଙ୍କା ଦାବି କରିବା ସହ ତାଙ୍କୁ ପୁଣି ମାଡ଼ ମାରିଥିଲା ଅଭିଯୁକ୍ତ। ଯୁବକଙ୍କ ଆଖି ଏବଂ ଶରୀରରେ ଗମ୍ଭୀର ଆଘାତ ଲାଗିଛି। ଏ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।
Powered by Froala Editor