ଚାପୁଡ଼ା ମାରିବାକୁ ଧମକ ଦେଇ ଫସିଲେ ଏହି ମନ୍ତ୍ରୀ, ଜାଣନ୍ତୁ କିଏ?
ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବାକୁ ଧମକ ଦେଇ ଫସି ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ଏଭଳି ମନ୍ତବ୍ୟ ତାଙ୍କ ପାଇଁ ମହଙ୍ଗା ପଡ଼ିଛି । ମହାରାଷ୍ଟ୍ର ପୁଲିସ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି । ଆଜି ଦିନ ପ୍ରାୟ ସାଢେ଼ ୨ଟା ବେଳେ ତାଙ୍କୁ ଗିରଫ କରାଯାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।
କେନ୍ଦ୍ରମନ୍ତ୍ରୀ ରାଣେ ଏବେ ଜନ ଆଶୀର୍ବାଦ ଯାତ୍ରା ପାଇଁ ମହାରାଷ୍ଟ୍ରରେ ଅଛନ୍ତି । ତେବେ ସେ ରନôଗିରି ଜିଲ୍ଲାର ଚିପୁଲନ ଠାରେ ଆୟୋଜିତ ଏକ ରାଲିରେ ଠାକରେଙ୍କୁ ଚାପୁଡ଼ା ମାରିବାକୁ ଧମକ ଦେଇଥିଲେ ।
ତେବେ ଏସଂକ୍ରାନ୍ତରେ ରାଣେ କହିଥିଲେଯେ, ସେ କୌଣସି ଅପରାଧ କରିନାହାନ୍ତି । ଯଦି କେହି ତାଙ୍କର ମାନହାନି କରେ ତେବେ ସେ ତାଙ୍କ ବିରୋଧରେ କେଶ କରିବେ । ଅପରପକ୍ଷରେ ରାଣେଙ୍କୁ ଚାପୁଡ଼ା ଧମକକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଯାଇଥିଲା । ଶିବସେନାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଦଳ ସମର୍ଥନ କରେନାହିଁ ବୋଲି ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତି ।
ଅପରପକ୍ଷରେ ରାଣେଙ୍କ ଘର ସାମ୍ନାରେ ଶିବସେନାର ଯୁବ ମୋର୍ଚ୍ଚା ଓ ବିଜେପି କାର୍ଯ୍ୟକର୍ତାଙ୍କ ମଧ୍ୟରେ ସଂଘର୍ଷ ବି ହୋଇଥିଲା ।
Powered by Froala Editor