ଇନ୍ଦିରା ଗାନ୍ଧିଙ୍କ ବିବାଦୀୟ ଚିତ୍ର ପୋଷ୍ଟ ନେଇ ତେଜିଲା ବିବାଦ, କଂଗ୍ରେସ ନେତୃତ୍ୱ ଖପା

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ନବ ନିଯୁକ୍ତ ଉପଦେଷ୍ଟା ମାଲୱିନ୍ଦର ସିଂହ ମାଲି ଓ ପ୍ୟାରେ ଲାଲ ଗର୍ଗ ନିକଟରେ ପାକିସ୍ତାନ ଓ କାଶ୍ମୀର ଉପରେ ମନ୍ତବ୍ୟ ଦେବା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିବାଦୀୟ ଚିତ୍ର ପୋଷ୍ଟ କରିବାକୁ ନେଇ ବିବାଦ ତେଜିଛି । ଏହି ମାମଲାରେ ସିଧୁ ଉଭୟଙ୍କୁ ତଲବ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଦୁଇ ଉପଦେଷ୍ଟାଙ୍କ ପୋଷ୍ଟ ନେଇ କଂଗ୍ରେସ ନେତୃତ୍ୱ ଖପା ହୋଇଥିବା ବେଳେ ବିରୋଧୀ ଦଳ ବିଜେପି ଓ ଶିରୋମଣି ଅକାଳୀ ଦଳ ଶାସକ ଦଳକୁ ତୀବ୍ର ସମାଲୋଚନା କରିଛି । ନିକଟରେ ସାମାଜିକ ଗଣମାଧ୍ୟମରେ ମାଲି ଜମ୍ମୁ କାଶ୍ମୀର ଓ ସମ୍ବିଧାନର ୩୭୦ ଧାରା ଉଚ୍ଛେଦକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ପାକିସ୍ତାନ ପ୍ରତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମାଲୋଚନାକୁ ସେ ନାପସନ୍ଦ କରିବା ସହ ଏହା ରାଜ୍ୟର ହିତରେ ନୁହେଁ ବୋଲି କହିଥିଲେ । ମାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କର ଏକ ସ୍କେଚ ବି ପୋଷ୍ଟ କରିଥିଲେ, ଯେଉଁଥିରେ ସେ ହାତରେ ବନ୍ଧୁକ ଧରି ମଣିଷ ଖପୁରିମାନଙ୍କ ଗଦା ଉପରେ ଠିଆ ହୋଇଥିବା ଦେଖାଯାଇଥିଲା । କଂଗ୍ରେସ ନେତା ମନିଷ ତିୱାରି ମଧ୍ୟ ଏ ନେଇ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି ।
Powered by Froala Editor