ମୋବାଇଲ ଗେମ ସ।ଜିଲା କାଳ, ନେଲା ୪ ଜୀବନ

କୋଲକାତା : ମୋବାଇଲ ଗେମ ଯୁବପିଢ଼ିଙ୍କ ପାଇଁ କାଳ ହୋଇଛି । ଚାରି ଜଣ କିଶୋର ରେଳ ଧାରଣା ଉପରେ ବସି ମୋବାଇଲରେ ଗେମ ଖେଳୁଥିବା ବେଳେ ସେମାନଙ୍କ ଉପରେ ଏକ ଟ୍ରେନ ଚଢ଼ି ଯାଇଛି । ଘଟଣାସ୍ଥଳରେ ୪ ଜଣଙ୍କ ମୃତୁ୍ୟ ହୋଇଛି । ଘଟଣାଟି ରବିବାର ରାତିରେ ଉତ୍ତର ଦିନାଜପୁର ଜିଲ୍ଲାରେ ଘଟିଛି । ନିଉ ଜଲପାଇଗୁଡ଼ିଠାରୁ ୫୦ କିଲୋମିଟର ଦୂର ଚୋପଡ଼ା ନିକଟରେ ରେଳଧାରଣା ଉପରେ ଏହି ଅଘଟଣ ଘଟିଥିବା ଖବର ପାଇ ଜିଆରପି ପୁଲିସ ରାତି ୧୦ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲା । ଅନ୍ଧାର ହେତୁ ମୃତଦେହ ଠାବ ହୋଇପାରି ନଥିଲା । ସୋମବାର ସକାଳେ ମୃତଦେହ ଠାବ ହୋଇଛି । ଗତରାତିରେ ୧୩-୧୪ ବର୍ଷର ୪ ଜଣ କିଶୋର ରେଳ ଧାରଣା ଉପରେ ବସି ମୋବାଇଲରେ ଖେଳୁଥିଲେ । ଏହି ସମୟରେ ଟ୍ରେନ ଆସିଥିଲା । ଖେଳରେ ବ୍ୟସ୍ତ ଥିବାରୁ ସେମାନେ ଜାଣିପାରି ନଥିଲେ । ଟ୍ରେନ ଧକ୍କାରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା ।
Powered by Froala Editor