ଅଭିବୃଦ୍ଧି ଆହୁରି କମିବ
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହେବା ସହ ବିଭିନ୍ନ ରାଜ୍ୟରେ କଠୋର କଟକଣା ଲଗାଇବା ପ୍ରକି୍ରୟା ଆରମ୍ଭ ହୋଇଯାଇଛି । ଏହାକୁ ନଜରରେ ରଖି ବିଭିନ୍ନ ସଂସ୍ଥା ଭାରତର ଅଭିବୃଦ୍ଧିକୁ ନେଇ ଯେଉଁ ପୂର୍ବାନୁମାନ କରିଥିଲେ ତାହାକୁ ବଦଳାଇବା ଆରମ୍ଭ କରିଛନ୍ତି । କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତର ଅଭିବୃଦ୍ଧି ସଂଖ୍ୟା ଆଶା ଠାରୁ କମ ରହିବ ବୋଲି ସେମାନେ କହିଲେଣି । ଗୋଲ୍ଡମ୍ୟାନ ସଚସ ଆକଳନ କରିଥିଲା ଭାରତର ଅଭିବୃଦ୍ଧି ୧୦.୯% ହେବ । କିନ୍ତୁ ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦେଖା ଦେବା ପରେ ଏହା ନିଜର ପୂର୍ବାନୁମାନକୁ ୧୦/୫% କୁ ହ୍ରାସ କରିଛି । ଜାପାନର ଆର୍ଥିକ ସଂସ୍ଥା ନୁମୋରା ମଧ୍ୟ ନିଜ ପୂର୍ବାନୁମାନକୁ ୧୨.୪% ରୁ ୧୧.୫% କୁ ହ୍ରାସ କରିଛି । ରେଟିଂ ଏଜେନ୍ସିଂ ମୁଡିସ ମଧ୍ୟ କହିଛି ଯେ ଭାରତୀୟ ଅର୍ଥନୀତିରେ ହେଉଥିବା ସୁଧାର ପ୍ରକି୍ରୟା ପ୍ରଭାବିତ ହେବାର ଆଶଙ୍କା ରହିଛି ।