ସହକାରୀ ବନ ସଂରକ୍ଷକ ମୃତ୍ୟୁ ମାମଲା: ଗୁରାଣ୍ଡି ଥାନା ଅଧିକାରୀଙ୍କୁ ସାଢେ ୩ଘଣ୍ଟା ଜେରା

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଅପରାଧ ଶାଖା ଶୁକ୍ରବାର ସପ୍ତମ ଦିନରେ ଗୁରାଣ୍ଡି ଥାନା ଅଧିକାରୀଙ୍କୁ ଜେରା କରିଛି। ଆଜି ସକାଳ ସାଢେ ୧୦ଟାରୁ ଆରମ୍ଭ ହୋଇଥିବା ଜେରା ଦ୍ବିପହର ୨ଟା ଯାଏ ଜାରି ରହିଥିଲା। ସାଢେ ୩ଘଣ୍ଟା ଜେରାରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲା ଅପରାଧ ଶାଖା। କିପରି ଓ କାହିଁକି ସେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ, ତାଙ୍କୁ କିଏ ସୂଚନା ଦେଇଥିଲେ, ଚିକିତ୍ସାଳୟରେ ସେ କ’ଣ କରିଥିଲେ, ଅନ୍ୟ କିଏ ଉପସ୍ଥିତ ଥିଲେ ଓ ସେମାନେ କ’ଣ କରୁଥିଲେ, ସୌମ୍ୟରଞ୍ଜନଙ୍କୁ କଟକ ସ୍ଥାନାନ୍ତର ପାଇଁ ଚାପ ପ୍ରୟୋଗ କରିଥିଲେ କି, ଘଟଣା ବିଷୟରେ ବିଦ୍ୟାଭାରତୀ ତାଙ୍କୁ କ’ଣ କହିଥିଲେ, ସୌମ୍ୟରଞ୍ଜନଙ୍କ ବାସଭବନକୁ କାହିଁକି ଯାଇଥିଲେ, ସେଠାରେ କ’ଣ କେଲ, ବନଖଣ୍ଡ ଅଧିକାରୀଙ୍କୁ ଜାଣିଥିଲେ କି, କେବେ ଜାଣିଲେ, ୧୦୮ ଆମ୍ବୁୁଲାନ୍ସ ଅଟକିବା ଘଟଣାରେ ସମ୍ପୃକ୍ତି କ’ଣ ଥିଲା ଆଦି ସମ୍ପର୍କରେ ଅପରାଧ ଶାଖା ପ୍ରଶ୍ନ କରିଥିଲେ।
Powered by Froala Editor