ରାଜ୍ୟରେ ୧୦ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ୧୦ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୯୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୧୬ । ସଙ୍ଗରୋଧରୁ ୫୩୧ ଓ ସ୍ଥାନୀୟ ସଂକ୍ରମଣ ୩୮୦। ୯,୮୩,୨୪୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯,୪୯୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Powered by Froala Editor