ବିକାଶ ନାଁରେ ବଳି ପଡୁଥିବା ଗଛ ପାଇବ ନୂଆ ଜୀବନ,

ଭୁବନେଶ୍ୱର: ବିକାଶ ନାଁରେ ବଳି ପଡୁଥିବା ଗଛ ପାଇବ ନୂଆ ଜୀବନ । ଏଣିକି ଗଛକୁ ନ କାଟି ଅନ୍ୟତ୍ର ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ । ରାଜ୍ୟ ବନ ବିଭାଗ ଏବେ ଏଭଳି ଯୋଜନା ଉପରେ ବିଚାର କରୁଛନ୍ତି । ଏଥିପାଇଁ ସରକାରୀ ଉଦ୍ୟୋଗ ସହାୟତାରେ କିଣାଯିବ ଗଛ ଟ୍ରାନ୍ସପ୍ଲାଣ୍ଟିଂ ମେସିନ । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୦ଟି ମେସିନ ଆଣିବା ଉପରେ ବିଚାର କରାଯାଉଛି । ଆସନ୍ତା ୨/୩ ମାସ ଭିତରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ । ପିସିସିଏଫ (ଜଙ୍ଗଲ) ଶିଶିର କୁମାର ରଥ ଏହି ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି । ରାଜ୍ୟରେ ରାସ୍ତା ସମ୍ପ୍ରସାରଣ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଶହ ଶହ ଗଛ ବଳି ପଡୁଛି । ଏଥିରେ ବର, ଓସ୍ତ, ଆମ୍ବ ସମେତ ବହୁ ପୁରତନ ଗଛ ବି ବଳି ପଡୁଛି । ଏଭଳି ଗଛର ସୁରକ୍ଷା ପାଇଁ ସ୍ଥାନୀୟ ଲୋକେ ବିରୋଧ କଲେ ବି ସରକାର କିଛି କରିପାରୁନାହାନ୍ତି । ଶ୍ରୀ ରଥଙ୍କ କହିବା ଅନୁସାରେ ଏହି ମେସିନ ଅଣାଗଲେ ବହୁ ଗଛକୁ ସୁରକ୍ଷିତ ଭାବେ ଅନ୍ୟତ୍ର ନିଆଯାଇପାରିବ । ବିଶେଷ କରି ବର ଆଦି ଗଛ ଅନ୍ୟତ୍ର ପୁଣି ବଞ୍ଚି ପାରିବେ ।
Powered by Froala Editor