କରୋନା ମାଡ : ମୁମ୍ବାଇରେ ପୁଣି ସୁଟିଂ ବନ୍ଦ

ମହାରାଷ୍ଟ୍ରରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ହେଉଥିବାରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଗାମୀ ୧୫ଦିନ ପାଇଁ ‘ବ୍ରେକ ଦ ଚେନ’ ଅଭିଯାନ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଏପ୍ରିଲ ୧୪ରୁ ମଇ ୧ ପର୍ଯ୍ୟନ୍ତ ସବୁଦିନ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ଜାରି କରାଯାଇଛି। ମହାରାଷ୍ଟ୍ରରେ ଜରୁରୀ ସେବାକୁ ଛାଡ଼ି ସବୁକିଛି ବନ୍ଦ ରହିଛି । ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ମାର୍କେଟ ଆଦିକୁ ବନ୍ଦ କରି ଦିଆଯାଇଛି। ଏହି କଟକଣା ୧୫ଦିନ ପାଇଁ ଲାଗୁ କରାଯାଇଛି। ଏହି କ୍ରମରେ ମୁମ୍ବାଇରେ ସିନେମା, ଟିଭି କାର୍ଯ୍ୟକ୍ରମ ଓ ବିଜ୍ଞାପନ ଆଦିର ସୁଟିଂ ଉପରେ କଟକଣା ଲଗାଯାଇଛି। ଏଥିସହିତ ସିନେମା ହଲକୁ ବୁଧବାରଠାରୁ ୧୫ଦିନ ପାଇଁ ବନ୍ଦ କରାଯାଇଛି। ଏହାଦ୍ବାରା ଇଣ୍ଡଷ୍ଟ୍ରିକୁ ପୁଣି କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଉଛି। ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜର ଅଧ୍ୟକ୍ଷ ବିଏନ ତିୱାରୀ କହିଛନ୍ତି , ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ବହୁତ ବଡ ଝଟକା।