ରାଜ୍ୟରେ ଆଉ ୧୧୩୨ ଜଣ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ମୋଟ ସଂକ୍ରମଣ ୧୦ ଲକ୍ଷ ଆଡ଼କୁ ମୁହାଁଇଲାଣି । ୨୪ ଘଣ୍ଟା ମଧ୍ୟରେ ୧୧୩୨ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ରୋଗୀ ସଂଖ୍ୟା ୯ଲକ୍ଷ ୯୩ ହଜାର ୫୦୭ରେ ପହଞ୍ଚିଛି । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୫୭ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲ୍ଲାର ସଂକ୍ରମଣ ପୁଣି ଡରାଣଦେଖାଇବା ଆରମ୍ଭ କରିଛି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୦ ଜଣ, କଟକରୁ ୧୯୭ ଜଣ, ବାଲେଶ୍ବରରୁ ୭୦ ଜଣ, ଜଗତସିଂହପୁରରୁ ୪୨ ଜଣ, ମୟୂରଭଞ୍ଜରୁ ୪୦ ଜଣ,ନୟାଗଡ଼ରୁ ୩୧ ଜଣ,ଅନୁଗୁଳରୁ ୨୫ ଜଣ,ସୁନ୍ଦରଗଡ଼ରୁ ୨୩ ଜଣ, ପୁରୀରୁ ୨୨ ଜଣ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଳାରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୪ ଜଣ,ଢ଼େଙ୍କାନାଳରୁ ୧୧ ଜଣ, ବରଗଡ଼ ଓ ମାଲକାନଗିରି ଜିଲ୍ଲାରୁ ୧୦ ଜଣ ଲେଖାଏଁ ,ଗଜପତିରୁ ୬ ଜଣ, ବଲାଙ୍ଗୀର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଏଁ, କୋରାପୁଟରୁ ୩ ଜଣ, ଗଞ୍ଜାମରୁ ୨ ଜଣ, ଝାରସୁଗୁଡ଼ାର, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୯୩ ହଜାର ୫୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୦ ହଜାର ୬୩୨ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୭୫ ହଜାର ୯୯୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Powered by Froala Editor