ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କରୋନା
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନାରେ ସଂକ୍ରମିତ ହୋଇଛନ୍ତି | ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପ୍ରଥମ ଲକ୍ଷଣ ଦେଖିବା ମାତ୍ରେ କୋଭିଡ ପରୀକ୍ଷା କରାଇଥିଲେ। ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସେ ନିଜକୁ ନିଜେ ଆଇସୋଲେଟେଟ କରି ରଖିବା ସହ ଡାକ୍ତରଙ୍କ ପରାମର୍ଶ ପାଳନ କରୁଛନ୍ତି। ନିଜର କାର୍ଯ୍ୟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ପାଦନ କରୁଛନ୍ତି।
ଏହିଠାରେ ସୂଚନା ଯେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କେତେଜଣ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିବା ପରେ ଯୋଗୀ ଆଦିତ୍ୟନାଥ ଏକାନ୍ତବାସ ଆରମ୍ଭ କରିଥିଲେ।