ରାଜଧାନୀରେ ସ୍ୱାଧୀନତା ଦିବସ ପାଇଁ ନୂଆ କଟକଣା ଜାରି
ଗୋଟିଏ ଦିନ ପରେ ୭୫ତମ ସ୍ୱାଧୀନତା ଦିବସ । କରୋନା କଟକଣାକୁ ଆଖିଆଗରେ ରଖି ଏଥର ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ଏଥିପାଇଁ ନୂଆ କଟକଣା ଜାରି କରାଯାଇଛି । ଏବର୍ଷ କୌଣସି ସ୍କୁଲ ପିଲାଙ୍କୁ ସାମିଲ କରାଯିବ ନାହିଁ । କେବଳ ୫୦ଜଣରେ ଅତିଥିଙ୍କ ସଂଖ୍ୟା ସିମିତ ରହିବ । ବର୍ତ୍ତମାନ ୩ଟି ଗ୍ରୁପକୁ ନେଇ ମାର୍ଚ୍ଚପାଷ୍ଟ ରିହର୍ସଲ ଚାଲୁଛି । ଏହା ସହିତ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି । ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ଓ ପ୍ରଦର୍ଶନୀ ପଡିଆରେ ସିସିଟିଭି ଲଗାଯିବା ସହ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁର ପହଞ୍ଚି ଯାଞ୍ଚ କରୁଛନ୍ତି । ଏହା ସହ ରାମମନ୍ଦିର ଛକଠାରୁ ହାଉସିଂ ବୋର୍ଡ ଛକ ରାସ୍ତା ଦେଇ ପରେଡ ନସରିବା ପର୍ଯ୍ୟନ୍ତ କୌଣସି ଯାନବାହାନ ଯାଇପାରିବ ନାହିଁ ବୋଲି ଟ୍ରାଫିକ କଟକଣା ଜାରି କରାଯାଇଛି ।
Powered by Froala Editor