ବ୍ରାଉନସୁଗର ଜବତ, ୩ ଗିରଫ

ଭୁବନେଶ୍ଵର, : ରାଜ୍ୟରେ ଗତ କିଛି ମାସ ଧରି ଧଳାଜହର କାରବାର ସୀମା ଟପୁଥିବା ବେଳେ ପ୍ରାୟ ସବୁ ପ୍ରାନ୍ତରେ ଏବେ ସକ୍ରିୟ ବ୍ରାଉନସୁଗାର ମାଫିଆ । ଖୋର୍ଦ୍ଧା ଜିଲ୍ଲାରୁ ବିପୁଳ ପରିମାଣରେ ଧଳା ଜହର ଜବତ। ଗୁରୁବାର ସନ୍ଧ୍ୟାରେ ୧ କେଜି ୩୨ ଗ୍ରାମର ବ୍ରାଉନସୁଗାର ଜବତ କଲା କ୍ରାଇମବ୍ରାଞ୍ଚ୍ ଏସଟିଏଫ୍।
ଏହା ସହ ବ୍ରାଉନସୁଗାର କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ଅଭିଯୁକ୍ତ କଟକର ଅଫତାବ, ଭଦ୍ରକର ମୁନ୍ନା ଓ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ ବୋଲି ଜଣାପଡିଛି ।
ଏନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।
Powered by Froala Editor