ବିଦୁ୍ୟତ୍ ତାର ଲାଗି ଚାଲିଗଲା ୨ ଜୀବନ
କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନ୍ଦୁରିଆପଡ଼ା ଗ୍ରାମରେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନେ ହେଲେ ମଙ୍ଗୁଳୁ ଗୌଡ଼ଙ୍କୁ ପତ୍ନୀ ଝୁନୁ ଗୌଡ଼ (୫୦) ଓ ଆଠଗଡ଼ ଗ୍ରାମର ମିସ୍ତ୍ରି ଗୋପାଳ ବେହେରା (୨୭) ।
ମଙ୍ଗୁଳୁଙ୍କ ଘରେ ଗ୍ରୀଲ ବସାଇବା କାମରେ ଗୋପାଳ ନିୟୋଜିତ ଥିଲେ । ଏହି ସମୟରେ ଗ୍ରୀଲ ଘର ନିକଟରେ ଯାଇଥିବା ଉଚ୍ଚକ୍ଷମତା ସମ୍ପନ୍ନ ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଝୁନୁ ଓ ଗୋପାଳ ଗୁରୁତର ହୋଇଥିଲେ । ଝୁନୁଙ୍କ ରକ୍ଷା କରିବାକୁ ଆସି ଝିଅ ସୁନୀତା ବି ବିଦୁ୍ୟତ ଆଘାତରେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଝୁନୁ ଓ ଗୋପାଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ କବିସୂର୍ଯ୍ୟନଗର ଥାନାରେ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ଉଭୟ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ଏଏସଆଇ ଆର.ଶଙ୍କର ରାଓ ସୂଚନା ଦେଇଛନ୍ତି ।
Powered by Froala Editor