ଏହି ଜିଲ୍ଳାରେ ହେବ ଏୟାରଷ୍ଟ୍ରିପ

ଭୁବନେଶ୍ୱର : ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଏକ ଏୟାରଷ୍ଟ୍ରିପ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ୧୩.୨୩୩ ହେକ୍ଟର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏୟାରଷ୍ଟ୍ରିପ ଲାଗି ୧୩.୨୩୩ ହେକ୍ଟର ଜମି ଅଧିଗ୍ରହଣ ପାଇଁ ପୂର୍ତ୍ତ ବିଭାଗର ମାଲକାନଗିରି ନିର୍ବାହୀ ଯନ୍ତ୍ରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଡେପୁଟି ଡାଇରେକ୍ଟର ଜେନେରାଲ ଅଫ ଫରେଷ୍ଟଙ୍କ ନିକଟରେ ଆବେଦନ କରାଯାଇଛି । ୧୩.୨୩୩ ଏକର ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିଣତ କରିବାକୁ ଥିବାରୁ ଏଥିପାଇଁ ୨୬.୪୬୬ ଏକର କ୍ଷତିପୂରଣ ବାବଦରେ ବୃକ୍ଷରୋପଣ ଜମି ଚିହ୍ନଟ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ କୁହାଯାଇଛି । ଏହି ଜମି ଚିହ୍ନଟ ହେଲେ ଏୟାରଷ୍ଟ୍ରିପ ନିର୍ମାଣ ସମ୍ବନ୍ଧୀୟ ସବୁଜ ସଂକେତ ମିଳିବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ତହସିଲଦାର ଯେଉଁଠି ଜମି ଚିହ୍ନଟ କରିଥିଲେ ତାହାକୁ ଡିଏଫଓ ଖାରଜ କରିଦେଇଛନ୍ତି । ଏବେ ନୂଆ ଜାଗା ଚିହ୍ନଟ କରିବାକୁ କୁହାଯାଇଛି ।
Powered by Froala Editor