ପୁଲିସ ଘରୁ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର : ପୁଲିସ ବିଭାଗରେ କାର୍ୟ୍ୟରତ ଜଣେ ବ୍ୟକ୍ତିଙ୍କ ଘରୁ ଗତ ଗୁରୁବାର ବିଳମ୍ବିତ ରାତିରେ ଝରକା ତାଡ଼ି କେହି ଦୁର୍ବୃତ୍ତ ଘର ଆଲମାରି ଭାଙ୍ଗି ସୁନା ଗହଣା ଲୁଟି ନେଇଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ, ବାହାନଗା ବ୍ଲକର ପଣ୍ଡାଶୁଣୀ ପଞ୍ଚାୟତର ଉତ୍ତର କୁଅଁର ଗ୍ରାମରେ ରାହାସ ବିହାରୀ ପାଣ୍ଡିଆ ଘର କରି ରହି ଆସୁଥିଲେ। ସେ ପୁଲିସ ବିଭାଗରେ କାର୍ୟ୍ୟରତ ଅଛନ୍ତି ।
ଗୁରୁବାର ତାଙ୍କ ବାପାଙ୍କ ଦେହାନ୍ତ ହେବା ଯୋଗୁ ଅନ୍ତେଷ୍ଟିକ୍ରିୟା ପାଇଁ ତାଙ୍କ ଗ୍ରାମକୁ ପରିବାର ଲୋକେ ଯାଇଥିବା ବେଳେ ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଙ୍କ ଘରର ଝରକା ଗ୍ରିଲ ତାଡ଼ି ଭିତରେ ପଶିଥିଲେ । ଘର ଭିତରେ ଥିବା ଆଲମିରା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଚେନ୍, କାନଫୁଲ, ରୁପା ବ୍ରେସଲେଟ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଗହଣା ଏବଂ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Powered by Froala Editor