୧ରୁ ୨୫ ଯାଏ ଅନ୍ୟ ନିର୍ବାଚନମଣ୍ଡଳୀ ବୁଲିବେ ବିଧାୟକ
ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜ ନିଜ ନିର୍ବାଚନମଣ୍ଡଳୀ ବାହାରେ ଥିବା ଅନ୍ୟ ନିର୍ବାଚନମଣ୍ଡଳୀଗୁଡ଼ିକୁ ଯାଇ କ୍ଷେତ୍ରସ୍ତରରେ କାମ କରିବାକୁ ବିଧାୟକମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଡିସେମ୍ବର ୧ରୁ ୨୫ ଯାଏ ଅନ୍ୟ ନିର୍ବାଚନମଣ୍ଡଳୀ ବୁଲିବେ ବିଧାୟକ। ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବାକୁ ବିଧାୟକଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ଏବଂ ଯୋଜନାର ସୁଫଳ ତୃଣମୂଳ ସ୍ତରରେ କିପରି ପହଞ୍ଚୁଛି ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।
Powered by Froala Editor