ରାମଦୋଳିରୁ ଖସି ଯୁବକ ମୃତ
କଟକ: କଟକ ବାଲିଯାତ୍ରାରେ ଗୁରୁବାର ଅଘଟଣ ଘଟିଛି। ବାଲିଯାତ୍ରା ତଳ ପଡ଼ିଆରେ ରାମଦୋଳି ଚାଲିବା ସମୟରେ ସେଥିରୁ ଖସିପଡ଼ି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଜଣାପଡ଼ି ନାହିଁ। ଘଟଣାସ୍ଥଳରୁ ଅଗ୍ନିଶମ ଓ ପୋଲିସ କର୍ମଚାରୀ ଗୁରୁତର ଅବସ୍ଥାରେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଏସ୍ସିବି ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ନେଇ ଏସିପି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, ୧୦ଟା ୪୫ ସମୟରେ ଦୋଳିରୁ ଖସି ଜଣଙ୍କର ମୃତ୍ୟୁ ହୋଇଛି, ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ତଦନ୍ତ କରାଯାଉଥିବା ସେ କହିଛନ୍ତି।
Powered by Froala Editor