ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟି ଟିମର ବଡ଼ଧରଣ ଚଢ଼ାଉ
କଟକ : ବାଲିଯାତ୍ରା ପଡ଼ିଆରେ ଫୁଡ୍ ସେଫ୍ଟି ଟିମ ବଡ଼ଧରଣର ଚଢ଼ାଉ କରିଛି । କଟକ ତଳ ବାଲିଯାତ୍ରା ପଡ଼ିଆରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଯାଞ୍ଚ ପାଇଁ କେଏମସି ଫୁଡ୍ ସେଫ୍ଟି ଟିମ୍ ପକ୍ଷରୁ ଆଜି ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଏକାଧିକ ଖାଦ୍ୟ ଦୋକାନ ଯାଞ୍ଚ କରାଯିବା ସହ ବିପୁଳ ପରିମାଣର ବାସି ଖାଦ୍ୟ ଜବତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବାଲିଯାତ୍ରା ପଡ଼ିଆରେ ଲାଗିଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଫୁଡ୍ ସେଫ୍ଟି ଟିମ୍ ଅଚାନକ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକାଧିକ ଦୋକାନରୁ ବାସି ଖାଦ୍ୟ ମିଳିଥିବା ଜଣାପଡ଼ିଛି।
Powered by Froala Editor