Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, November 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ...

  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ...

  • ମୋଦୀଙ୍କ ୩ ଦିନିଆ ଫିଲିପାଇନ୍ସ ଗସ୍ତ

  • ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ...

  • ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ...

  • ବକ୍ସ ଅଫିସ୍‌ରେ ଜବରଦସ୍ତ ‘ରାମାୟଣ’: ୧୨ ...

  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ ...

  • ବଞ୍ଚିଗଲି ପୋଷ୍ଟ କରି ଚର୍ଚ୍ଚାରେ ଅମିତାଭ

  • ଯମୁନା ଅପରିଷ୍କାର ପାଣିରେ ଛଟ୍ ପାଳିଲେ ...

  • ଡିସେମ୍ବରରେ ସଂସଦ ଶୀତକାଳୀନ ଅଧିବେଶନ

ରାଜ୍ୟ
Home ›› ରାଜ୍ୟ ››ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ହାତକୁ ହାତ ମିଳାଇ ଆଗକୁ ବଢ଼ିବା ଆବଶ୍ୟକ:ଉଷା ପାଢ଼ୀ

ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ହାତକୁ ହାତ ମିଳାଇ ଆଗକୁ ବଢ଼ିବା ଆବଶ୍ୟକ:ଉଷା ପାଢ଼ୀ

2026-11-17 06:42:39
15080
Share:
Facebook
Twitter
E-Mail
WhatsApp
Telegram
ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ହାତକୁ ହାତ ମିଳାଇ ଆଗକୁ ବଢ଼ିବା ଆବଶ୍ୟକ:ଉଷା ପାଢ଼ୀ

ଭୁବନେଶ୍ୱର :ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହେବାର ଲକ୍ଷ୍ୟ ରଖିଥିବାବେଳେ ଆର୍ଥିକ ଅଭିବୃଦ୍ଧି ଓ ପରିବେଶ ସୁରକ୍ଷା ହାତକୁ ହାତ ମିଳାଇ ଆଗକୁ ବଢ଼ିବା ଆବଶ୍ୟକ। ଏଥିପାଇଁ ବ୍ୟବସାୟିକ ସଂସ୍ଥାଗୁଡ଼ିକ ସେମାନଙ୍କର ମୂଳ ବ୍ୟବସାୟିକ ରଣନୀତିରେ ପରିବେଶ, ସାମାଜିକ ଦାୟିତ୍ୱ ଓ ସୁଶାସନ (Environmental, Social and Governance-ESG) ସମ୍ବନ୍ଧୀୟ ନୀତିକୁ ସାମିଲ କରିବା ଉଚିତ ବୋଲି ଆହ୍ୱାନ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ।

ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ  ସମ୍ମିଳନୀ କକ୍ଷରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍  ପକ୍ଷରୁ ବକୁଳ ଫାଉଣ୍ଡେସନ ଓ ASSOCHAMର ସହଯୋଗରେ ଆୟୋଜିତ “ଭବିଷ୍ୟତ ପାଇଁ ବ୍ୟବସାୟ: ଜଳବାୟୁ ସହନଶୀଳ ଓ ଦାୟିତ୍ୱପୂର୍ଣ୍ଣ ଓଡ଼ିଶାର ବାଣିଜ୍ୟିକ ମୂଲ୍ୟ ଓ ସମ୍ଭାବନା” ଶୀର୍ଷକ କର୍ମଶାଳାରେ ଯୋଗଦେଇ ଶ୍ରୀମତୀ ପାଢ଼ୀ ଏହି ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଆଉ କେବଳ ପରିବେଶ ସମ୍ବନ୍ଧୀୟ ଏକ ଚିନ୍ତାର ବିଷୟ ହୋଇ ରହିନାହିଁ; ଏହା ଏବେ ଅର୍ଥନୀତି ଓ ବ୍ୟବସାୟ ପାଇଁ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ଭିତ୍ତିଭୂମି, ପ୍ରାକୃତିକ ସମ୍ପଦ, ଯୋଗାଣ ଶୃଙ୍ଖଳ ଏବଂ ଜୀବିକା ଉପରେ ଏହାର ପ୍ରଭାବ ପଡ଼ୁଛି।

ସେ ମତବ୍ୟକ୍ତ କରିଥିଲେ ଯେ, ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ପଦ୍ଧତି କେବଳ ଆଇନଗତ ନିୟମ ପାଳନ କିମ୍ବା କର୍ପୋରେଟ୍ ସାମାଜିକ ଦାୟିତ୍ୱ  ମଧ୍ୟରେ ସୀମିତ ନୁହେଁ। ଏହା ବ୍ୟବସାୟ ଓ ସମାଜ ଉଭୟଙ୍କ ପାଇଁ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରିବା ସହ ଜଡ଼ିତ। ଏହି ପରିପ୍ରେକ୍ଷୀରେ ସେ କୋଚିନ୍ ଆନ୍ତର୍ଜାତୀୟ ବିମାନବନ୍ଦରର ଉଦାହରଣ ଦେଇ କହିଥିଲେ ଯେ, ପରିବେଶ ଅନୁକୂଳ ଓ ସ୍ଥାୟୀ ବ୍ୟବସାୟିକ ମଡେଲ୍ ମଧ୍ୟ ବାଣିଜ୍ୟିକ ସଫଳତା ହାସଲ କରିପାରେ। ଲାଭ ଓ ସାମାଜିକ ଦାୟିତ୍ୱ ପରସ୍ପର ବିରୋଧୀ ନୁହନ୍ତି; ବରଂ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟ ହିଁ ଏକ ସଫଳ ବ୍ୟବସାୟ ବୋଲି ସେ ଉଲ୍ଲେଖ କରିଥିଲେ।

ଶ୍ରୀମତୀ ପାଢ଼ୀ ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ESG ନୀତିକୁ ଏକ ସୁଯୋଗ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଏହାଦ୍ୱାରା ବ୍ୟବସାୟିକ ପ୍ରତିଯୋଗିତା କ୍ଷମତା ବୃଦ୍ଧି, ଅଂଶୀଦାର ଓ ହିତଧାରକଙ୍କ ଆସ୍ଥା ଅର୍ଜନ, କର୍ପୋରେଟ୍ ପ୍ରତିଷ୍ଠା ସୁଦୃଢ଼ କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ନୂତନ ସୁଯୋଗ ହାସଲ କରିହେବ ବୋଲି ସେ କହିଥିଲେ। ଏଥିସହିତ ପ୍ରସ୍ତାବିତ ଓଡ଼ିଶା ରେସ୍ପନ୍ସିବଲ୍ ଏଣ୍ଟରପ୍ରାଇଜ୍ ଆସୋସିଏସନ୍ କୁ ଶିଳ୍ପ, ସରକାର ଓ ନାଗରିକ ସମାଜକୁ ଏକାଠି କରିବାର ଏକ ସହଯୋଗଭିତ୍ତିକ ମଞ୍ଚ ଭାବେ ଅଭିହିତ କରିଥିଲେ। ଓଡ଼ିଶାର ଆବଶ୍ୟକତା ଓ ଆକାଂକ୍ଷା ଅନୁରୂପ ଦାୟିତ୍ୱପୂର୍ଣ୍ଣ ବ୍ୟବସାୟିକ ପଦ୍ଧତିର ପ୍ରସାରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସରକାର ଓ ବ୍ୟବସାୟିକ ସମୁଦାୟ ମଧ୍ୟରେ ଦୀର୍ଘସ୍ଥାୟୀ ସହଭାଗିତାର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ, ଓଡ଼ିଶାକୁ କେବଳ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ନୁହେଁ, ବରଂ ପରିବେଶ ଦୃଷ୍ଟିରୁ ସହନଶୀଳ ଓ ସାମାଜିକ ଭାବେ ସମାବେଶୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସ ଆବଶ୍ୟକ। ଦାୟିତ୍ୱପୂର୍ଣ୍ଣ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶ ପାଇଁ ଏକ ଆଦର୍ଶ ସୃଷ୍ଟି କରିପାରିବ ବୋଲି ସେ ମତ ଦେଇଥିଲେ।

UCCILର ସଭାପତି ଡ. ପ୍ରବୋଧ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଶିଳ୍ପ ଜଗତର ପ୍ରତିନିଧି, ଶିକ୍ଷାବିତ୍ ଓ ବ୍ୟବସାୟିକ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। 

Powered by Froala Editor

Tags Usha padhi

Related articles Odisha News Lens 4.1

  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା
    ବାଣିଜ୍ୟ

    ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    13839
    Nov 16, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ...

    14533
    Nov 17, 2026
  • ଯମୁନା ଅପରିଷ୍କାର ପାଣିରେ ଛଟ୍ ପାଳିଲେ ଶ୍ରଦ୍ଧାଳୁ
    ଦେଶ-ଦେଶାନ୍ତର

    ଯମୁନା ଅପରିଷ୍କାର ପାଣିରେ ଛଟ୍ ପାଳିଲେ ଶ୍ରଦ୍ଧାଳୁ

    15226
    Nov 16, 2026
  • ବକ୍ସ ଅଫିସ୍‌ରେ ଜବରଦସ୍ତ ‘ରାମାୟଣ’: ୧୨ ଦିନରେ ବିଶ୍ୱବ୍ୟାପୀ ଆୟ ୧୩୮୪.୫୦ କୋଟି
    ମନୋରଞ୍ଜନ

    ବକ୍ସ ଅଫିସ୍‌ରେ ଜବରଦସ୍ତ ‘ରାମାୟଣ’: ୧୨ ଦିନରେ ବିଶ୍ୱବ୍ୟାପୀ ଆୟ ୧୩୮୪.୫୦ କୋଟି

    15350
    Nov 16, 2026
  • ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ
    ଦେଶ-ଦେଶାନ୍ତର

    ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ

    15161
    Nov 16, 2026
  • ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ...
    ବାଣିଜ୍ୟ

    ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ...

    14740
    Nov 17, 2026
  • ଡିସେମ୍ବରରେ ସଂସଦ ଶୀତକାଳୀନ ଅଧିବେଶନ
    ଦେଶ-ଦେଶାନ୍ତର

    ଡିସେମ୍ବରରେ ସଂସଦ ଶୀତକାଳୀନ ଅଧିବେଶନ

    15221
    Nov 16, 2026
  • ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ
    ଦେଶ-ଦେଶାନ୍ତର

    ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ

    15141
    Nov 16, 2026
  • ମୋଦୀଙ୍କ ୩ ଦିନିଆ ଫିଲିପାଇନ୍ସ ଗସ୍ତ
    ଦେଶ-ଦେଶାନ୍ତର

    ମୋଦୀଙ୍କ ୩ ଦିନିଆ ଫିଲିପାଇନ୍ସ ଗସ୍ତ

    14651
    Nov 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯମୁନା ଅପରିଷ୍କାର ପାଣିରେ ଛଟ୍ ପାଳିଲେ ଶ୍ରଦ୍ଧାଳୁ

    15226
    Nov 16, 2026
  • ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ...

    14533
    Nov 17, 2026
  • ଦେଶ-ଦେଶାନ୍ତର

    ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ ପାର୍ଲାମେଣ୍ଟର ଶୀତ ଅଧିବେଶନ

    15161
    Nov 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17286
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17990
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17945
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18360
    Sep 06, 2023

ବିଶେଷ

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14707
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14339
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15679
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14464
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14541
    Nov 05, 2026

ବାଣିଜ୍ୟ

ପ୍ରିମାଚ୍ୟୁର ଶିଶୁଙ୍କ ପାଇଁ ଭୁବନେଶ୍ୱରକୁ ଏକଜୁଟ କଲା ଆୟୁ ଫାଉଣ୍ଡେସନ୍ ଓ ଅଙ୍କୁରା ହସ୍ପିଟାଲ

ଭୁବନେଶ୍ୱର : ବିଶ୍ୱ ପ୍ରିମାଚ୍ୟୁରିଟି ଦିବସ ଅବସରରେ ଆୟୁ ଫାଉଣ୍ଡେସନ୍ ଏବଂ ଅଙ୍କୁରା ହସ୍ପିଟାଲ ପକ୍ଷରୁ ଆୟୋଜିତ ୫ କିଲୋମିଟର ପଦଯାତ୍ରାରେ ପରିବାର ସମେତ ଶହଶହ ଲୋକ ଏକାଠି ହୋଇଥିଲେ। ସମୟ ପୂର୍ବରୁ ଜନ୍ମହୋଇଥିବା କି ...

  • ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍‌ଟେନ୍‌ ମନୋଲିଥ୍‌, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ

    14533
    Nov 17, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    13839
    Nov 16, 2026
  • ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ପରିଭାଷା ଗଢ଼ୁଛି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍

    14084
    Nov 14, 2026
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

    15423
    Nov 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋଦୀଙ୍କ ୩ ଦିନିଆ ଫିଲିପାଇନ୍ସ ଗସ୍ତ

    14651
    Nov 16, 2026
  • ବକ୍ସ ଅଫିସ୍‌ରେ ଜବରଦସ୍ତ ‘ରାମାୟଣ’: ୧୨ ଦିନରେ ବିଶ୍ୱବ୍ୟାପୀ ଆୟ ୧୩୮୪.୫୦ କୋଟି

    15350
    Nov 16, 2026
  • ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ବିନା ଫର୍ମ-୬ ଜରିଆରେ ସାନି ଆବେଦନ କରିପାରିବେ

    15141
    Nov 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In