ସ୍କାଏମେଟ୍ ଅନୁମାନ : ଏ ବର୍ଷ ବି ସ୍ୱାଭାବିକ ହେବ ମୌସୁମୀ
ମହାମାରୀ କରୋନା ବେଳେ ଭାରତ ଲାଗି ମୌସମୁୀ ପୂର୍ବାନୁମାନ କରିଛି ସ୍କାଏମେଟ୍ ୱେଦର। ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ୱେଦର୍ର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ।ସାଧାରଣରୁ ସାମାନ୍ୟ ଅଧିକ ବର୍ଷା ହୋଇପାରେ ବୋଲି ଆକଳନ କରିଛି।
ସ୍କାଏମେଟ୍ ପୂର୍ବାନୁମାନ ଅନୁସାରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବ। ଜୁନ-ସେପ୍ଟେମ୍ବରରେ ସାଧାରଣ ଓ ସୁସ୍ଥ ମୌସୁମୀ ଅନୁଭୂତ ହୋଇପାରେ। ଏହାର ପ୍ରଭାବରେ ୧୦୩% ବର୍ଷା ହେବ। ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସମଗ୍ର ଦେଶରେ ୮୮୦.୬ ମିଲିମିଟିର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଆକଳନ ୫% ବେଶୀ କିମ୍ବା କମ୍ ହୋଇପାରେ। କିନ୍ତୁ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ।
ତେବେ ଉତ୍ତର ଭାରତ ସମତଳ ସମେତ ଉତ୍ତରାଞ୍ଚଳର କେତେକ ସ୍ଥାନ ବର୍ଷାଭାବର ସମ୍ମୁଖୀନ ହେବା ନେଇ ଆଶଙ୍କା କରିଛନ୍ତି। ଗତବର୍ଷ ପ୍ରଶାନ ମହାସାଗରରେ ଲା ନିନା ପ୍ରଭାବ ଅନୁଭୂତ ହୋଇଥିଲା। ତେବେ ପ୍ରଭାବ ଭାରତର ମୌସୁମୀଋତୁରେ ନିରପେକ୍ଷ ରହିପାରେ ବୋଲି ଆକଳନ କରାଯାଇଛି।