ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ
ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର-ତାଳଚେର ଦୋହରୀକରଣ ରେଳଲାଇନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଅଜୟ କୁମାର ଗଡନାୟକ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଜାଲରେ ପଡ଼ିଛନ୍ତି। ଜଣେ ଜମି ମାଲିକଙ୍କଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିବା ବେଳେ ତାଙ୍କ ନିକଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଅଭିଯୋଗକାରୀଙ୍କ ଜମି ଅଧିଗ୍ରହଣ ବାବଦରେ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ଅର୍ଥ ପାଇବାକୁ ଥିଲା। ଏଥିପାଇଁ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଲାଞ୍ଚ ମାଗିଥିଲେ । ପୂର୍ବରୁ ଗତ ୨୭ ତାରିଖ ଦିନ ୨ ଲକ୍ଷ ଟଙ୍କା ନେଇସାରିଥିବା ବେଳେ ବାକି ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବା ପାଇଁ ଚାପ ପକାଉଥିଲେ । ଯଦି ଏହି ବାକି ଟଙ୍କା ନ ଦିଆଯାଏ, ତେବେ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ ସମୟରେ ଜମି ଅଧିଗ୍ରହଣରେ ବିଭିନ୍ନ ଅସୁବିଧା ସୃଷ୍ଟି କରାଯିବ ବୋଲି ଅଜୟ କହିଥିଲେ । ଏଥିରେ ଅତିଷ୍ଠ ହୋଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଅଭିଯୋଗକାରୀଙ୍କ ଠାରୁ ଅଜୟ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡିବସିଥିଲେ।
Powered by Froala Editor