ACF ସୌମ୍ୟ ମୃତ୍ୟୁ ମାମଲାରେ ଜେଲ୍ ଗଲେ ବିଦ୍ୟାଭାରତୀ
ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଜେଲ୍ ଯାଇଛନ୍ତି। ଆଗୁଆ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍ଜେଲ୍କୁ ପଠାଯାଇଛି। ବିଦ୍ୟା ଭାରତୀଙ୍କ ପୂର୍ବରୁ ଏହି ମାମଲାରେ ତତ୍କାଳୀନ DFO ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ଆତ୍ମସମର୍ପଣ କରି ପାରଳାଖେମୁଣ୍ଡି ଜେଲରେ ବିଚରାଧୀନ ବନ୍ଦୀ ଭାବେ ରହିଛନ୍ତି ।
ସୂଚନା ଅନୁଯାୟୀ, ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଥିଲା। ଏହି ମାମଲାରେ ବିଦ୍ୟାଭାରତୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ଆଗୁଆ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି।
ହାଇକୋର୍ଟ ଗତ ସେପ୍ଟେମ୍ବର ୩ ତାରିଖ ଆଦେଶରେ ବିଦ୍ୟାଭାରତୀଙ୍କ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଆବେଦନକୁ ଖାରଜ କରିଦେବା ସହ ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ବିଦ୍ୟାଭାରତୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସୁପ୍ରିମକୋର୍ଟ ତାଙ୍କୁ ହାଇକୋର୍ଟରେ ଅଗ୍ରିମ ଜାମିନ ଆବେଦନ କରିବା ପାଇଁ ଅନୁମତି ଦେଇ ମାମଲାର ଅନ୍ତ ଘଟାଇଥିଲେ । ଫଳରେ ସୁପ୍ରିମକୋର୍ଟ ମଧ୍ୟ ବିଦ୍ୟାଭାରତୀଙ୍କୁ କୌଣସି ପ୍ରକାର ସୁରକ୍ଷା ମିଳିନଥିଲା ।
ଶୁକ୍ରବାର ଏହି ମାମଲାର ଶୁଣାଣି ସମୟରେ ସିଡି ଦାଖଲ କରାଯିବା ସହ ଉଭୟ ପକ୍ଷ ଯୁକ୍ତି ବାଢ଼ିଥିଲେ। ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ । ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ।
Powered by Froala Editor