ଶିଶୁକୁ ଝୁଣି ଝୁଣି ଖାଇଲା ବୁଲା କୁକୁର
କେନ୍ଦୁଝର: ରାସ୍ତା କଡ଼ରେ ନବଜାତକକୁ ଝୁଣି ଖାଇଲା କୁକୁର । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସହରରେ । ଗୋବିନ୍ଦମୁଣ୍ଡା ଛକ ନିକଟ ରାସ୍ତାକଡ଼ରେ ଏକ ବୁଲା କୁକୁର ଶିଶୁକୁ ଝୁଣି ଝୁଣି ଖାଇଛି ।
ସୂଚନା ଅନୁଯାୟୀ, ଶିଶୁକୁ ଝୁଣି ଖାଉଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ କୁକୁରକୁ ଘଉଡ଼ାଇଥିଲେ ଏବଂ ଶିଶୁଟିର ଶରୀରକୁ ଘୋଡ଼ାଇ ଦେଇ ପୁଲିସକୁ ଖବର ଦେଇଥିଲେ। କେନ୍ଦୁଝର ଟାଉନ ଥାନା ପୁଲିସ ଖବର ଘଟଣାସ୍ଥଳରେ ପହଞ୍ଚି ମୃତ ନବଜାତକକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor