ଏହି ସ୍ଥାନରେ ଅଛି ମୁରାସୁ
ଭୁବନେଶ୍ବର: ଭୀଷଣ ବାତ୍ୟାରେ ପରିଣତ ହୋଇଛି 'ମୁରାସୁ' । ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିଝଡ଼ 'ମୁରାସୁ' ଗତ 6 ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି 20 କିଲୋମିଟର ବେଗରେ ପ୍ରାୟ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ତାମିଲନାଡୁରୁ ପ୍ରାୟ 260 କିଲୋମିଟର ପୂର୍ବ-ଉତ୍ତରପୂର୍ବ, ନେଲୋରରୁ 290 କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟନମରୁ 320 କିଲୋମିଟର ଏବଂ ବିଶାଖାପାଟଣାରୁ 470 କିଲୋମିଟର ଦକ୍ଷିଣରେ ରହିଛି ।
କେଉଁଠି ଅଛି 'ମୁରାସୁ' ?
ତାମିଲନାଡୁରୁ 260 କିଲୋମିଟର ପୂର୍ବ-ଉତ୍ତରପୂର୍ବ
ନେଲୋରରୁ 290 କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ
ମଛଲିପଟନମରୁ 320 କିଲୋମିଟର
ବିଶାଖାପାଟଣାରୁ 470 କିଲୋମିଟର ଦକ୍ଷିଣ
ଭାରତୀୟ ପାଣିପାଗ ବିଭାଗ(IMD) ସୂଚନା ଅନୁସାରେ,ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି, ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ଭୋର ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ନେଲୋର ଏବଂ ନରସପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ।
Powered by Froala Editor