ବନ୍ଧୁକମୁନରେ ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ !
ବଲାଙ୍ଗିର : ବଲାଙ୍ଗିର ଅପରାଧୀଙ୍କ ଚରା ଭୂଇଁ ପାଲଟିଛି। ବେଆଇନ ଜମି ଓ ନିଶାଦ୍ରବ୍ୟ କାରବାର ଅପରାଧୀଙ୍କୁ ପ୍ରୋତ୍ସାହନ ଯୋଗାଉଛି। ବଲାଙ୍ଗିରର ଜଣାଶୁଣା ହୋଟେଲ ମାଲିକ, ରିଏଲଇଷ୍ଟେଟ ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ ବନ୍ଧୁକମୁନରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ରାତିରୁ ସେ ନିଖୋଜ ରହିଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ବନ୍ଧୁକମୁନରେ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି। ପରିବାର ଓ ସମ୍ପର୍କୀୟ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ନିଖୋଜ ବ୍ୟବସାୟୀଙ୍କ ମୋବାଇଲ ଟ୍ରାକ ସହ ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ଆଜି ତାଙ୍କ ସହ ଫୋନରେ କଥା ମଧ୍ୟ ହୋଇଥିବା ଜଣାପଡ଼ିଛି।
Powered by Froala Editor