ଓଡ଼ିଶାର ୧୭ ଜଣ ପାଇବେ ପୁଲିସ ସେବା ପୁରସ୍କାର
ଭୁବନେଶ୍ବର : ୨୦୨୬ ପାଇଁ ପୁଲିସ ସେବା ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୁଲିସ ସେବା ପୁରସ୍କାର। ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ। DG ପାହ୍ୟା ଅଧିକାରୀ ସଂଜୀବ ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। DSP ପାହ୍ୟାର ଅଧିକାରୀ ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ମିଳିବ ରାଷ୍ଟ୍ରପତି ପଦକ।
ପ୍ରଶଂସନୀୟ ସେବା ପାଇଁ DSP ମନୋରଂଜନ ପାଇକରାୟ, DSP ସୁରେଶ କୁମାର ବଳ, ଇନ୍ସପେକ୍ଟର ଗୀତାଞ୍ଜଳି ପଣ୍ଡା, ଡେପୁଟୀ କମାଣ୍ଡାଣ୍ଟ ଭବେଶ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପରେଶ କୁମାର ମୀନତିନନ୍ଦନ ପତି, କନଷ୍ଟେବଳ ଶ୍ୟାମଳି ବିଶ୍ବାସ, ସବ୍ ଇନ୍ସପେକ୍ଟର ବରୁଣ କୁମାର ନାୟକ, ହାବିଳଦାର ସୁବାସ ଚନ୍ଦ୍ର ତ୍ରନାଥ ଗୌଡ, କନଷ୍ଟେବଳ ମୁସ୍ତାକ ଅଲ୍ଲୀ ଖାଁ, ହାବିଳଦାର ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ପୁରସ୍କୃତ କରାଯିବ।
ସେହିପରି ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ର, ହାବିଳଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ ପୁନ, କମାଣ୍ଡୋ ସୁରେଶ ଚନ୍ଦ୍ର ପୁତଙ୍କୁ ମିଳିବ ସାହସିକତା ପୁରସ୍କାର।ଅଗ୍ନିଶମ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ଓ ୨ ଜଣଙ୍କୁ ସାହସିକତା ପଦକ ମିଳିବ। ଅଗ୍ନିଶମ ସେବାରେ ଏଏସଓ ମଳୟ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଅମିତାଭ ରାଜ ଓ ନିଏଲ କେରକେଟାଙ୍କୁ ସାହସିକତା ପଦକ ମିଳିବ।ସେହିପରି ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ସେବାରେ ଜଣଙ୍କୁ ସାହସିକତା ପଦକ ମିଳିବ। ଗୃହରକ୍ଷୀ ସେବାରେ ଅଭିରାମ ସେଠୀଙ୍କୁ ସାହସିକତା ପଦକ ମିଳିବ। ସଂସ୍କାରମୂଳକ ସେବା ପାଇଁ ପ୍ରମୋଦ ସ୍ଵାଇଁ ଓ ବିଶ୍ଵନାଥ ପଣ୍ଡାଙ୍କୁ ସାହସିକତା ପଦକ ମିଳିବ।
ସ୍ବାଧୀନତା ଦିବସ ଅବସରରେ ପୋଲିସ, ଅଗ୍ନିଶମ, ଗୃହରକ୍ଷୀ, ନାଗରିକ ପ୍ରତିରକ୍ଷା ଏବଂ ସଂଶୋଧନ ସେବାର କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପ୍ରଦାନ କରାଯିବ।
Powered by Froala Editor