ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର: ରାତିରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି
ଭୁବନେଶ୍ବର: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଜଳାଭିଷେକ ଲାଗି ଶିବାଳୟରେ ରାତିରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି । ଶ୍ରୀଲିଙ୍ଗରାଜ, ଶ୍ରୀଲୋକନାଥ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତିରୁ ଲାଗିଛି କାଉଡିଆଙ୍କ ଲମ୍ବା ଧାଡ଼ି । ସେହିପରି ଭୋଗରାଇ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜଳାଭିଷେକ କରୁଛନ୍ତି ଲକ୍ଷାଧିକ କାଉଡ଼ିଆ । ଭୋର ୪ ଟାରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ନୟାଗଡର ପ୍ରସିଦ୍ଧ ଶୈବକ୍ଷେତ୍ର ଲଡୁବାବାଙ୍କ ପୀଠରେ ଆଜି ଶହ ଶହ କାଉଡିଆ ଜଳଲାଗି କରୁଛନ୍ତି । ରାତି ୩ଟାରେ ମନ୍ଦିର ଖୋଲାଯିବା ପରେ ଠାକୁରଙ୍କ ନିତୀକାନ୍ତି କରାଯାଇ ୪ଟା ରାତିରୁ ଜଳଲାଗି ଆରମ୍ଭ ହୋଇଛି । କାଉଡିଆମାନେ କଣ୍ଟିଲୋ , କଟକ ଓ ରାଜ୍ୟର ବିଭିନ୍ନ ନଦୀରୁ ପାଣି ଆଣି ମାନସିକ ପୁରଣ ପାଇଁ ଲଡୁବାବାଙ୍କ ମସ୍ତକରେ ଜଳଲାଗି କରୁଛନ୍ତି ।
ସେପଟେ ମାସ ଦ୍ୱିତୀୟ ସୋମବାର ପାଇଁ ଆଜି ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ଵରଙ୍କ ପୀଠ । ରାତ୍ର ୪ଟାରୁ ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବା ଧବଳେଶ୍ବରଙ୍କୁ ସ୍ନାନ ପରେ ସ୍ଵତନ୍ତ୍ର ନିତିକାନ୍ତି କରାଯାଇ ସାଧାରଣ ଦର୍ଶନ ନିମନ୍ତେ ଦ୍ଵାରା ଫିଟାଯାଇଥିଲା।
Powered by Froala Editor