Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ...

  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ ...

  • ବିଗ୍ ବିସ୍ ୨୦ରେ ପ୍ରତିଯୋଗୀ ହେବେନି ଶେୟା

  • ଅମରନାଥ ଯାତ୍ରା ସ୍ଥଗିତ

  • ହଟିବ Google Assistant

  • ଆସାମରେ ବନ୍ୟା ପୀଡ଼ିତଙ୍କୁ ୫୦୦ ଘର ...

  • କୂଅ ପାଣି ହଲଚଲ, ଭୂ-ବିଜ୍ଞାନୀ କହିଲେ ...

  • ଅଲଗା ହେବେନି ସଙ୍ଗୀତା-ବିଜୟ

  • ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ...

  • କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ

ରାଜ୍ୟ
Home ›› ରାଜ୍ୟ ›› ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ: ମୁଖ୍ୟମନ୍ତ୍ରୀ କଲେ ଐତିହାସିକ ଶୁଭାରମ୍ଭ

‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ: ମୁଖ୍ୟମନ୍ତ୍ରୀ କଲେ ଐତିହାସିକ ଶୁଭାରମ୍ଭ

2026-08-09 07:21:58
13317
Share:
Facebook
Twitter
E-Mail
WhatsApp
Telegram
 ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ: ମୁଖ୍ୟମନ୍ତ୍ରୀ କଲେ ଐତିହାସିକ ଶୁଭାରମ୍ଭ

ଭୁବନେଶ୍ୱର : ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଭୁବନେଶ୍ୱରଠାରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଐତିହାସିକ ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ। ଏହି ଅବସରରେ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ, ସହର, ଘର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ସେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। 

ନିଜ ଅଭିଭାଷଣ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର ଅମର ସପୁତମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୧୯୪୨ ଅଗଷ୍ଟ ୯ ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା। ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନୋଟି ରଙ୍ଗର ସମାହାର ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ। କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକ ଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ଶିକ୍ଷା ଦିଏ।

ଏହି ପବିତ୍ର ଜାତୀୟ ଉତ୍ସବକୁ ସମ୍ପୂର୍ଣ୍ଣ ପରିବେଶ-ଅନୁକୂଳ କରିବା ପାଇଁ ପ୍ଲାଷ୍ଟିକ୍ ପତାକାକୁ ସମ୍ପୂର୍ଣ୍ଣ ବର୍ଜନ କରି କେବଳ କପଡ଼ା ପତାକା ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ଆହ୍ୱାନ ଦେଇଛନ୍ତି।

ଏହି ଅବସରରେ ଏକ ବର୍ଣ୍ଣାଢ଼୍ୟ ପଦଯାତ୍ରା ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କାଉଟ୍ସ ଆଣ୍ଡ ଗାଇଡ୍ସ, ଏନ.ସି.ସି. (NCC) ଏବଂ ଏନ.ଏସ.ଏସ. (NSS) ର ସ୍ୱେଚ୍ଛାସେବୀମାନେ ହାତରେ ତ୍ରିରଙ୍ଗା ଧରି ଶୃଙ୍ଖଳିତ ଭାବେ ପଦଯାତ୍ରା କରିଥିଲେ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଂସ୍କୃତିକ ଦଳ ନିଜର ପାରମ୍ପରିକ ଲୋକନୃତ୍ୟ ଓ କଳା ପ୍ରଦର୍ଶନ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ବିଶିଷ୍ଟ କ୍ରୀଡ଼ାବିତ୍‌ ଏବଂ ହଜାର ହଜାର ଛାତ୍ରଛାତ୍ରୀ "ବନ୍ଦେ ମାତରମ୍" ଓ "ଭାରତ ମାତା କି ଜୟ" ନାରା ଦେଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ଏହି ସମାରୋହରେ  ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏବଂ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ମଞ୍ଚାସୀନ ଥିଲେ।

ଏହା ବ୍ୟତୀତ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ, ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ପାଲଲହଡ଼ା ବିଧାୟକ  ଅଶୋକ ମହାନ୍ତି , ପିପିଲି ବିଧାୟକ  ଆଶ୍ରିତ ପଟ୍ଟନାୟକ, ବିଜେପି ଓଡ଼ିଶାର ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ  ମାନସ ମହାନ୍ତି ଏବଂ ବିଜେପି ଓଡ଼ିଶା ରାଜ୍ୟ ପ୍ରଭାରୀ  ବିଜୟପାଲ ସିଂହ ତୋମାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୋଭାମଣ୍ଡିତ କରିଥିଲେ।

Powered by Froala Editor

Tags Ghar ghar tiranga

Related articles Odisha News Lens 4.1

  • କୂଅ ପାଣି ହଲଚଲ, ଭୂ-ବିଜ୍ଞାନୀ କହିଲେ ଏମିତି...
    ଦେଶ-ଦେଶାନ୍ତର

    କୂଅ ପାଣି ହଲଚଲ, ଭୂ-ବିଜ୍ଞାନୀ କହିଲେ ଏମିତି...

    14362
    Aug 09, 2026
  • ଅଲଗା ହେବେନି ସଙ୍ଗୀତା-ବିଜୟ
    ମନୋରଞ୍ଜନ

    ଅଲଗା ହେବେନି ସଙ୍ଗୀତା-ବିଜୟ

    14664
    Aug 09, 2026
  • କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ
    ଦେଶ-ଦେଶାନ୍ତର

    କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ

    14955
    Aug 08, 2026
  • ଆସାମରେ ବନ୍ୟା ପୀଡ଼ିତଙ୍କୁ ୫୦୦ ଘର ଯୋଗାଇଦେବେ ସଲମାନ
    ମନୋରଞ୍ଜନ

    ଆସାମରେ ବନ୍ୟା ପୀଡ଼ିତଙ୍କୁ ୫୦୦ ଘର ଯୋଗାଇଦେବେ ସଲମାନ

    14647
    Aug 09, 2026
  • ବିଗ୍ ବିସ୍ ୨୦ରେ ପ୍ରତିଯୋଗୀ ହେବେନି ଶେୟା
    ମନୋରଞ୍ଜନ

    ବିଗ୍ ବିସ୍ ୨୦ରେ ପ୍ରତିଯୋଗୀ ହେବେନି ଶେୟା

    15302
    Aug 09, 2026
  • ହଟିବ Google Assistant
    ଦେଶ-ଦେଶାନ୍ତର

    ହଟିବ Google Assistant

    14758
    Aug 09, 2026
  • ଅମରନାଥ ଯାତ୍ରା ସ୍ଥଗିତ
    ଦେଶ-ଦେଶାନ୍ତର

    ଅମରନାଥ ଯାତ୍ରା ସ୍ଥଗିତ

    13899
    Aug 09, 2026
  • ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ...
    ଦେଶ-ଦେଶାନ୍ତର

    ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ...

    14920
    Aug 08, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ...

    14892
    Aug 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହଟିବ Google Assistant

    14758
    Aug 09, 2026
  • ଦେଶ-ଦେଶାନ୍ତର

    ଅମରନାଥ ଯାତ୍ରା ସ୍ଥଗିତ

    13899
    Aug 09, 2026
  • ଦେଶ-ଦେଶାନ୍ତର

    ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ସୂର୍ଯ୍ୟ

    14920
    Aug 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17021
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17632
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17682
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18082
    Sep 06, 2023

ବିଶେଷ

  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14169
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15818
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16234
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15087
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14579
    Jul 28, 2026

ବାଣିଜ୍ୟ

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା

ପୁରୀ : ଆଇଟିସିର ଆଶୀର୍ବାଦ ଅ ...

  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    14892
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14556
    Aug 07, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14153
    Aug 04, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14445
    Aug 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    14892
    Aug 09, 2026
  • ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ସୂର୍ଯ୍ୟ

    14920
    Aug 08, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    13964
    Aug 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In