ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ
ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର (ପି.ଜି.) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଶୁକ୍ରବାର ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୧,୧୨୧ଜଣ ଚୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬,୯୧୮ଜଣ ଛାତ୍ର, ୧୪,୨୦୨ ଜଣ ଛାତ୍ରୀ ଏବଂ ଜଣେ ଟ୍ରାନ୍ସଜେଣ୍ଡର ରହିଛନ୍ତି।
ଚଳିତବର୍ଷ ରାଜ୍ୟର ୨୧ ବିଶ୍ୱବିଦ୍ୟାଳୟ ଏବଂ ୧୧୪ ମହାବିଦ୍ୟାଳୟରେ ଥିବା ମୋଟ ୩୨,୫୬୩ଟି ସିଟ୍ ପାଇଁ ୫୮,୬୧୩ ଛାତ୍ରୀଛାତ୍ର ଆବେଦନ କରିଥିଲେ। ଏକକ ପିଜି ପ୍ରବେଶିକା ପରୀକ୍ଷାରେ ୫୦,୯୦୧ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ୩୭,୩୦୩ ଜଣ ପ୍ରାର୍ଥୀ ନିଜ ପସନ୍ଦ ଶିକ୍ଷାନୁଷ୍ଠାନ ବାଛିଛନ୍ତି।
Powered by Froala Editor