ପତଳା ଜଙ୍ଗଲରେ ଅପରାଧୀଙ୍କୁ ଏନ୍କାଉଣ୍ଟର
କେନ୍ଦୁଝର: କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍କାଉଣ୍ଟର କରିଥିବା ଜଣାପଡ଼ିଛି। ଏସ୍ଡିପିଓ ଚମ୍ପୁଆ ରଶ୍ମି ରଞ୍ଜନ ସାହୁଙ୍କ ନେତୃତ୍ୱରେ ଏହି ଅପରେଶନ ଅନୁଷ୍ଠିତ ହୋଇଥିଲା। ଆହତଙ୍କ ନାମ ଏମଡି ନଫିସ (୨୨) ଏବଂ ଘର ଝାରଖଣ୍ଡର ମଝିଗାଁ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।
ଅପରେଶନବେଳେ ପୋଲିସ ଅଧିକାରୀ ନିରଞ୍ଜନ ବେହେରା, ମି. ବେହେରା ସମେତ ଅନ୍ୟମାନେ ଥିଲେ। ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି।
Powered by Froala Editor