ଥାନା କ୍ୱାର୍ଟର୍ସରୁ ମିଳିଲା ମହିଳା IICଙ୍କ ଝୁଲନ୍ତା ମୃତଦେହ
କଟକ: କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC । ଥାନା କ୍ୱାର୍ଟର୍ସରୁ ମିଳିଲା ମହିଳା IICଙ୍କ ଝୁଲନ୍ତା ମୃତଦେହ। କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବ୍ୟୁଟି ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଚାଞ୍ଚଲ୍ୟ ଖେଳିଯାଇଛି।
ତେବେ ସେ ଦୀର୍ଘଦିନ ହେବ ସାଇନାସାଇଡ ରୋଗରେ ପୀଡିତ ଥିଲେ, ଯନ୍ତ୍ରଣା ସହ୍ୟ କରି ନ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ। ପୋଲିସ ପକ୍ଷରୁ ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି।
Powered by Froala Editor