ପ୍ରବଳ ବର୍ଷା ଜାରି: ଏହି ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି
କନ୍ଧମାଳ: ରାଜ୍ୟରେ ଅନେକ ସ୍ଥାନରେ ଲଗାଣ ବର୍ଷା ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୨ ଦିନ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। ତେବେ ଏହି ସମୟରେ ପରୀକ୍ଷା ଓ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିବ।
Powered by Froala Editor