Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ...

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ...

  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ...

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ...

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ...

  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ...

  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

ରାଜ୍ୟ
Home ›› ରାଜ୍ୟ ››୭୬ ହଜାର ୬୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପୁଞ୍ଜିନିବେଶ, ୫୦ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ

୭୬ ହଜାର ୬୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପୁଞ୍ଜିନିବେଶ, ୫୦ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ

2026-06-18 11:02:29
14578
Share:
Facebook
Twitter
E-Mail
WhatsApp
Telegram
୭୬ ହଜାର ୬୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପୁଞ୍ଜିନିବେଶ, ୫୦ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ

ଭୁବନେଶ୍ବର: ରାଜ୍ୟରେ ୯ଟି ଜିଲ୍ଲାରେ ଆଉ ୨୦ଟି ମେଗା ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସେଥି ମଧ୍ୟରୁ ସମ୍ବଲପୁରରେ ଔଷଧ ତିଆରି କାରଖାନା ଓ ଯାଜପୁରରେ ରେଲଓ୍ବେ କୋଚ କାରଖାନା ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ HLCA ବୈଠକରେ ଏହି ଅନୁମୋଦନ ମିଳିଛି । HLCA ବୈଠକରେ ୭୬ ହଜାର ୬୧୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବ ରହିଛି । ପ୍ରକଳ୍ପ ପରେ ୫୦ ହଜାର ୫୧୭ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଅନୁମୋଦିତ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ରତ୍ନପଥର ଉତ୍ପାଦନ, ସବୁଜ ଶକ୍ତି ଉପକରଣ, ବିମାନ ଚଳାଚଳ ଏବଂ ପ୍ରତିରକ୍ଷା, ଔଷଧ, ଯାନ୍ତ୍ରିକ ଏବଂ ବୈଦ୍ୟୁତିକ ପୁଞ୍ଜି ସାମଗ୍ରୀ, ରାସାୟନିକ ପଦାର୍ଥ, ଇସ୍ପାତ, ଲୁହା ଏବଂ ଫେରୋ ମିଶ୍ରଧାତୁ ଓ ଶକ୍ତି ପ୍ରମୁଖ କ୍ଷେତ୍ର । ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର, ଝାରସୁଗୁଡା, ସମ୍ବଲପୁର ଓ ରାୟଗଡା ଜିଲ୍ଲାରେ ଏହି ପ୍ରକଳ୍ପ ସ୍ଥାପନ ହେବ ।
ହୀରା ଉତ୍ପାଦନ ୟୁନିଟ:ଖୋର୍ଦ୍ଧାରେ ୩ଟି ଭିନ୍ନ ସଂସ୍ଥା ୩ଟି ଲ୍ୟାବରେ ହୀରା ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । କିରା ଡ୍ୟାମ୍ ଏଲଏଲପି ଖୋର୍ଦ୍ଧାରେ ଲ୍ୟାବରେ ହୀରା ଉତ୍ପାଦନ ୟୁନିଟ ସ୍ଥାପନ କରିବ । ପ୍ରକଳ୍ପରେ ୭ ହଜାର କୋଟି ନିବେଶ ହେବାକୁ ଥିବା ବେଳେ ୫୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅଞ୍ଜଳି ଲ୍ୟାବଟେକ ଲିମିଟେଡ ୧୬୧୭.୫୦ କୋଟି ଟଙ୍କା ନିବେଶରେ ଲ୍ୟାବରେ ହୀରା ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଏଥିରେ ୨୦୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ଗ୍ରୋ ମ୍ୟାଗ୍ନିଫିସେଣ୍ଟ ପ୍ରାଇଭେଟ ଲିମିଟେଡ ୧୨୦୦ କୋଟି ଟଙ୍କା ନିବେଶରେ ଲ୍ୟାବରେ ହୀରା ଉତ୍ପାଦନ ୟୁନିଟରେ ୧୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡ଼ିକ ରତ୍ନପଥର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ ।
ସେହିପରି ସବୁଜ ଶକ୍ତି ଉପକରଣ କ୍ଷେତ୍ରରେ ମଧ୍ୟ ନିବେଶକ ଆଗ୍ରହ ଦେଖାଇଛନ୍ତି । ଟାଟା ପାୱାର ନବୀକରଣୀୟ ଶକ୍ତି ଲିମିଟେଡ ୧୦ ହଜାର କୋଟିର ନିବେଶ ସହିତ ଗଞ୍ଜାମରେ ଏକ ଇନଗଟ ଏବଂ ୱେଫର୍ସ ସ୍ଥାପନ ସହ ସୋଲାର ପିଭି ସେଲ ଉତ୍ପାଦନ କାରଖାନା କରିବ । ଯାହା ଦ୍ୱାରା ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ଗଞ୍ଜାମରେ ଏକ ସୋଲାର ପିଭି ସେଲ୍ସ ଉତ୍ପାଦନ ପାଇଁ ୧୭୦୯.୮୧ କୋଟି ନିବେଶ କରିବ । ଏଥିରେ ୫୧୯ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । N.A.N. ମ୍ୟାଗ୍ନେଟିକ ପ୍ରାଇଭେଟ ଲିମିଟେଡ଼ ଖୋର୍ଦ୍ଧା କିମ୍ବା କଟକରେ ଏକ EV ଗ୍ରେଡ NdFeB ଚୁମ୍ବକ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ଦେଖାଇଛି । ୧୨୫୦ କୋଟି ନିବେଶରେ ୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ସେହିପରି ଲାର୍ସନ ଆଣ୍ଡ ଟୁବ୍ରୋ ଲିମିଟେଡ ଗଞ୍ଜାମରେ ଏକ ସିଣ୍ଟେର୍ଡ NdFeB ସ୍ଥାୟୀ ଚୁମ୍ବକ ଉତ୍ପାଦନ ୨୪୦୦ କୋଟି ନିବେଶ କରିବ । ଏଥିରେ ୨ ହଜାର ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୱାର୍ଲ୍ଡ ଟାଇଟାନିୟମ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ ଗଞ୍ଜାମରେ ୨୮୦୦ କୋଟି ନିବେଶ ସହିତ ଏକ ଟାଇଟାନିୟମ ଡାଇଅକ୍ସାଇଡ ସ୍ଲାଗ ଏବଂ ଟାଇଟାନିୟମ ଡାଇଅକ୍ସାଇଡ ପିଗ୍ମେଣ୍ଟ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ଏଥିରେ ୧୫୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ରତ୍ନମଣି ମେଟାଲ୍ସ ଆଣ୍ଡ ଟ୍ୟୁବ୍ସ ଲିମିଟେଡ ଯାଜପୁରରେ ୧୬୪୨ କୋଟି ଟଙ୍କା ନିବେଶରେ ବିମାନ ଚଳାଚଳ ଏବଂ ପ୍ରତିରକ୍ଷା ପାଇଁ ଆବଶ୍ୟକ ଇସ୍ପାତ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଏଥିରେ ୮୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି ।
ନେକ୍ଟର ଲାଇଫସାଇନ୍ସ ଲିମିଟେଡ ସମ୍ବଲପୁରରେ ଔଷଧ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ୧୧୭୦ କୋଟି ନିବେଶରେ ୧୦୦୦ରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜୁପିଟର ୱାଗନ୍ସ ଲିମିଟେଡ ୧୫୦୦ କୋଟି ନିବେଶରେ ଯାଜପୁରରେ ଏକ ରେଳବାଇ କୋଚ କାରଖାନା ସ୍ଥାପନ କରିବ । ଏଥିରେ ମଧ୍ୟ ୧୦୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରଶ୍ମି ମେଟାଲର୍ଜିକାଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ ଯାଜପୁରରେ 4 MTPA ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୧୫ ହଜାର କୋଟି ନିବେଶ କରିବ । ଏଥିରେ ୧୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ ସମ୍ବଲପୁରରେ ୭୫୮୦ ନିବେଶ କରିବ । ଏହି ସମନ୍ୱିତ ଷ୍ଟିଲ ଶିଳ୍ପରେ ୩୫୦୦ ଜଣଙ୍କୁ ନିଯୁକ୍ତି ଦେବ ।


Rajapuspa Renova LLP ମାଲକାନଗିରିରେ ୫୨୨୦ କୋଟି ନିବେଶରେ ଏକ ପମ୍ପଡ ଷ୍ଟୋରେଜ ହାଇଡ୍ରୋ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ । ପ୍ରକଳ୍ପରେ ୫ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କେୟୁ ଉର୍ଜା ପ୍ରାଇଭେଟ ଲିମିଟେଡ ଝାରସୁଗୁଡାରେ ଏକ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରରେ ୨୪୭୧.୯୮ କୋଟି ନିବେଶ କରିବ । ଏଥିରେ ୪୭୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସିଂହଲ ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ ରାୟଗଡାରେ ୧,୩୦୦.୫୭ କୋଟି ନିବେଶରେ ଏକ ଆଲୁମିନିୟମ ଡାଉନଷ୍ଟ୍ରିମ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ଏଥିରେ ୩,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।


ସେହିପରି SMC ପାୱାର ଜେନେରେସନ୍ ଲିମିଟେଡ (ବଡମାଲ) ଝାରସୁଗୁଡାରେ ଏହାର ସମନ୍ୱିତ ଇସ୍ପାତ କାରଖାନା ଏବଂ ସିମେଣ୍ଟ ଉତ୍ପାଦନ ୟୁନିଟ ସମ୍ପ୍ରସାରଣ କରିବ । ଏଥିରେ ୫୩୫୦ କୋଟି ନିବେଶ ହେବ । ୨୦୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । SMC ପାୱାର ଜେନେରେସନ ଲିମିଟେଡ (ହିର୍ମା) ମଧ୍ୟ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ୩୮୦୦ କୋଟି ନିବେଶ କରିବାକୁ ପ୍ରସ୍ତାବ ଦେଇଛି । ଏହା ଦ୍ୱାରା ମଧ୍ୟ ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । BR ଷ୍ଟିଲ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ ସମ୍ବଲପୁରରେ ୨୪୦୦ କୋଟି ନିବେଶରେ 1.2 MTPA ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ । ଏହା ୫୦୨୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଓଡିଶା Alloy ଷ୍ଟିଲ ପ୍ରାଇଭେଟ ଲିମିଟେଡ଼ ସୁନ୍ଦରଗଡରେ ଏକ ଲୁହାପଥର କାରଖାନାରେ ୧୨୦୦ କୋଟି ନିବେଶ କରିବ । ଏଥିରେ ୧୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

 

Powered by Froala Editor

Tags Hlca

Related articles Odisha News Lens 4.1

  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର
    ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14153
    Sep 12, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    14056
    Sep 11, 2026
  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର ...
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର ...

    14996
    Sep 12, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !
    ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14083
    Sep 12, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14103
    Sep 12, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    14746
    Sep 13, 2026
  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍
    ଦେଶ-ଦେଶାନ୍ତର

    ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍

    13791
    Sep 12, 2026
  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ
    ଦେଶ-ଦେଶାନ୍ତର

    ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    13832
    Sep 12, 2026
  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌
    ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    14935
    Sep 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର କୋରାପୁଟ କଫି

    14996
    Sep 12, 2026
  • ଦେଶ-ଦେଶାନ୍ତର

    ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍

    13791
    Sep 12, 2026
  • ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    14056
    Sep 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17090
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17764
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17758
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18162
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14132
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16082
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14618
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13926
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14734
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14168
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14073
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14697
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15035
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    14056
    Sep 11, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    14746
    Sep 13, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14103
    Sep 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In