Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ...

  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ...

  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ...

  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ...

  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ...

  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ...

  • ନଦୀ ସଫା କରିଥିବା ବିଟ୍ଟୁ ତବାହୀଙ୍କୁ ...

  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ...

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ...

  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ...

ରାଜ୍ୟ
Home ›› ରାଜ୍ୟ ››ଏସସିବି ହସ୍ପିଟାଲ କାଜୁଆଲିଟିରୁ ନିଖୋଜ ହୋଇଯାଉଛନ୍ତି ବହୁ ମାନସିକ ରୋଗୀ

ଏସସିବି ହସ୍ପିଟାଲ କାଜୁଆଲିଟିରୁ ନିଖୋଜ ହୋଇଯାଉଛନ୍ତି ବହୁ ମାନସିକ ରୋଗୀ

2026-05-17 07:08:49
13566
Share:
Facebook
Twitter
E-Mail
WhatsApp
Telegram
ଏସସିବି ହସ୍ପିଟାଲ କାଜୁଆଲିଟିରୁ ନିଖୋଜ ହୋଇଯାଉଛନ୍ତି ବହୁ ମାନସିକ ରୋଗୀ

କଟକ : ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର କାଜୁଆଲିଟିରୁ ନିଖୋଜ ହୋଇଯାଉଛନ୍ତି ବହୁ ମାନସିକ ରୋଗୀ। ସେମାନେ ଚିକିତ୍ସା ପାଇଁ ଆସୁଛନ୍ତି ହେଲେ ଚିକିତ୍ସା ସମ୍ପୂର୍ଣ୍ଣ ହେବା ପୂର୍ବରୁ କେଉଁ ଆଡ଼େ ଚାଲି ଯାଉଛନ୍ତି। ଗତ ଅଢ଼େଇ ବର୍ଷ ମଧ୍ୟରେ ପ୍ରାୟ ୪୬ରୁ ଅଧିକ ମାନସିକ ରୋଗୀ ନିଖୋଜ ହୋଇଥିବା ଜଣାପଡ଼ିଛି। ତନ୍ମଧ୍ୟରେ ପ୍ରାୟ ସମସ୍ତେ ଅପରିଚିତ ରୋଗୀ ରହିଛନ୍ତି। ପରେ ଅଧିକାଂଶଙ୍କୁ ‘ଲାମା’ (ଡାକ୍ତରୀ ପରାମର୍ଶ ବିନା ଛୁଟି) ଭାବରେ ଚିହ୍ନିତ କରାଯାଇଥିବା ଜଣାପଡ଼ିଛି। ମେଡ଼ିକାଲରୁ ରୋଗୀ ନିଖୋଜ ହେବା ପରେ ସେମାନଙ୍କ ସଂକ୍ରାନ୍ତରେ ଆଉ କୌଣସି ସୂଚନା ରହୁନଥିବା ଅଭିଯୋଗ ହୋଇଛି।
ସହର ତଥା ବିଭିନ୍ନ ସ୍ଥାନରୁ ବହୁ ମାନସିକ ରୋଗୀ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ହୋଇ ଏସସିବି କାଜୁଆଲିଟିରେ ଭର୍ତ୍ତି ହୋଇଥାନ୍ତି। ସେମାନଙ୍କୁ ବିଭିନ୍ନ ସାମାଜିକ ଅନୁଷ୍ଠାନ କିମ୍ବା କେହି ବ୍ୟକ୍ତି ଆଣି ଏସସିବିରେ ଭର୍ତ୍ତି କରିଥାନ୍ତି। କାଜୁଆଲିଟିରେ ଟିକଟ କାଟି ଉକ୍ତ ମାନସିକ ରୋଗୀଙ୍କୁ ଭର୍ତ୍ତି କରାଯାଇଥାଏ। ତନ୍ମଧ୍ୟରୁ ଅଧିକାଂଶ ରୋଗୀଙ୍କ ସଂକ୍ରାନ୍ତରେ କୌଣସି ସୂଚନା ନଥିବାରୁ ଅପରିଚିତ ରୋଗୀ ଭାବେ ସେମାନଙ୍କୁ ପରିଗଣିତ କରାଯାଏ। କାଜୁଆଲିଟିରେ ଚିକିତ୍ସା ହେବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ଏସସିବି ପରିସରରେ ଥିବା ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଭର୍ତ୍ତି କରାଯିବାର ବ୍ୟବସ୍ଥା ରହିଛି। ହେଲେ କିଛି ମାନସିକ ରୋଗୀ ଏସସିବି କାଜୁଆଲିଟିରେ ଚିକିତ୍ସା ହେବାର କିଛି ସମୟ ମଧ୍ୟରେ କାହାକୁ କିଛି ନ ଜଣାଇ କେଉଁ ଆଡ଼େ ଚାଲିଯାଇଥାନ୍ତି। ଏପରି ବହୁ ରୋଗୀ ନିଖୋଜ ହେଉଥିବା ବେଳେ ସେମାନଙ୍କ ସଂକ୍ରାନ୍ତରେ କୌଣସି ସୂଚନା ରହିପାରୁ ନାହିଁ। ଶେଷରେ ମେଡ଼ିକାଲ କର୍ତ୍ତୃପକ୍ଷ ଉକ୍ତ ରୋଗୀ ନିଖୋଜ ନେଇ ପୁଲିସକୁ ଅବଗତ କରିବା ସହ ‘ଲାମା’ ଲେଖୁଥିବା ଜଣାପଡ଼ିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମାନସିକ ରୋଗ ପ୍ରତିଷ୍ଠାନରେ ଜରୁରୀକାଳୀନ ବିଭାଗର ବ୍ୟବସ୍ଥା ନାହିଁ। ତେଣୁ କୌଣସି ମାନସିକ ରୋଗୀ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ସମସ୍ୟାରେ ପଡ଼ିଲେ ସେମାନଙ୍କୁ କାଜୁଆଲିଟିରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥାଏ। ସେମାନଙ୍କୁ ୱାର୍ଡ଼ କିମ୍ବା ବିଭାଗକୁ ସ୍ଥାନାନ୍ତର କରିବା ପୂର୍ବରୁ ଖଣ୍ଡିଆ ଖାବରା ଅବସ୍ଥାରେ ସେମାନେ ଜାଣି ନପାରି ମେଡ଼ିକାଲରୁ ବାହାରକୁ ଚାଲିଯାଇଥାନ୍ତି। କିଛି ସ୍ଥାନରେ ସିସି ଟିଭି ଫୁଟେଜ୍‌ ଆଧାରରେ ସେମାନଙ୍କୁ ଉଦ୍ଧାର କରାଯାଇଥାଏ। ହେଲେ ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ ଠାବ କରାଯାଇ ପାରେନି। ସହରର ଗଳି କନ୍ଦି ବା ରାସ୍ତାକଡ଼ରେ କିଛି ରୋଗୀ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିରହିଥାନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ଖଣ୍ଡିଆ ସଂକ୍ରମଣ ହୋଇ ସ୍ବାସ୍ଥ୍ୟାବସ୍ଥାକୁ ଜଟିଳ କରିଥିବା ଦେଖିବାକୁ ମିଳିଥାଏ।
୨୦୨୩ ରୁ ୨୦୨୫ ମଧ୍ୟରେ ଏସସିବି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରୁ ପ୍ରାୟ ୪୬ ଜଣ ମାନସିକ ରୋଗୀ ନିଖୋଜ ହୋଇଯାଇଥିବା ରିପୋର୍ଟ ହୋଇଛି। ଦୁର୍ବଳ ବାସହୀନ ବ୍ୟକ୍ତିମାନଙ୍କ ପାଇଁ ମାନସିକ ସ୍ବାସ୍ଥ୍ୟସେବା, ରୋଗୀ ନିରୀକ୍ଷଣ ଏବଂ ପୁନର୍ବାସ ବ୍ୟବସ୍ଥାରେ କେଉଁଠି ନା କେଉଁଠି ଅବହେଳା କରାଯାଉଥିବା ମନେ ହେଉଛି। ଗତବର୍ଷ ଏଭଳି ଏକ ଅଭାବନୀୟ ଘଟଣା ଏସସିବି ମେଡ଼ିକାଲରେ ଦେଖିବାକୁ ମିଳିଥିଲା। ଜଗତପୁର ନିକଟରେ ଜଣେ ୨୨ ବର୍ଷୀୟ ମାନସିକ ଅସ୍ଥିର ମହିଳା ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। କିଛି ସାମାଜିକ କର୍ମୀ ମହିଳାଙ୍କୁ ଉଦ୍ଧାର କରି ଏସସିବି କାଜୁଆଲିଟିରେ ଭର୍ତ୍ତି କରିଥିଲେ। ମହିଳା ଜଣକ ସୁସ୍ଥ ହେବା ପୂର୍ବରୁ କାଜୁଆଲିଟିରୁ ନିଖୋଜ ହୋଇଯାଇଥିଲେ। ପୁଲିସ ଏହି ଘଟଣାକୁ ନେଇ ଖୋଳତାଡ଼ କରିଥିଲା। ହେଲେ ଉକ୍ତ ମହିଳା ଜଣକ ଟ୍ରେନ୍‌ରେ ବିହାର ପର୍ଯ୍ୟନ୍ତ ଯାଇଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା। ହେଲେ ତାଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରିଲା ନାହିଁ। । ଏପରିକି ରାଜ୍ୟରେ ମାନସିକ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ବାସ୍ଥ୍ୟ ବିଭାଗ ଅଧିକ ଗୁରୁତ୍ବ ଦେବାକୁ ଦାବି ହୋଇଛି।

Powered by Froala Editor

Tags Scb

Related articles Odisha News Lens 4.1

  • ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ
    ଦେଶ-ଦେଶାନ୍ତର

    ରୁଷ୍‌ଠାରୁ ଆଉ ୫ଟି ଏସ୍-୪୦୦ ବାୟୁ ସୁରକ୍ଷା ପ୍ରଣାଳୀ କ୍ରୟ କରିବ ଭାରତ

    13932
    Sep 06, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର
    ବିଶେଷ

    ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14167
    Sep 06, 2026
  • ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ
    ଦେଶ-ଦେଶାନ୍ତର

    ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ

    14735
    Sep 06, 2026
  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ
    ଦେଶ-ଦେଶାନ୍ତର

    ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ

    14772
    Sep 06, 2026
  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ
    ଦେଶ-ଦେଶାନ୍ତର

    ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15451
    Sep 05, 2026
  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା
    ଦେଶ-ଦେଶାନ୍ତର

    ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ମୋଲା

    13883
    Sep 06, 2026
  • ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ
    ଦେଶ-ଦେଶାନ୍ତର

    ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14359
    Sep 06, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...

    14693
    Sep 06, 2026
  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...
    ରାଜନୀତି

    ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...

    15497
    Sep 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୋହେରୀ ମୋଲା ପିନ୍ଧିଲେ ବିଶ୍ବ ସୁନ୍ଦରୀ ୨୦୨୬ ମୁକୁଟ

    14359
    Sep 06, 2026
  • ଦେଶ-ଦେଶାନ୍ତର

    ବସ୍ ପ୍ରତି ୪୦ ବର୍ଷର ଭଲପାଇବା, ଭାବବିହ୍ୱଳ ଦୃଶ୍ୟ

    14735
    Sep 06, 2026
  • ଦେଶ-ଦେଶାନ୍ତର

    ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ

    14772
    Sep 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17078
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17738
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17744
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18149
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14167
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13765
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14568
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14872
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14825
    Aug 27, 2026

ବାଣିଜ୍ୟ

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ ...

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14977
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14069
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14595
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15462
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଧନବାଦର ଶିକ୍ଷୟିତ୍ରୀ ମୁନମୁନ ଭଟ୍ଟାଚାର୍ଯ୍ୟ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ

    15451
    Sep 05, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14167
    Sep 06, 2026
  • ମହାନନ୍ଦ ଏକ୍ସପ୍ରେସର ଇଞ୍ଜିନ ସମେତ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ

    14772
    Sep 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In