ଆସନ୍ତା ଶୁଣାଣି ସୁଦ୍ଧା ନିର୍ଦେଶ ପାଳନ ନହେଲେ ଅଧିକାରୀଙ୍କ ଦରମା ବନ୍ଦ
କଟକ: ଓଡ଼ିଶା ହାଇକୋର୍ଟ ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ସରକାରୀ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦେଶ ଅନୁଯାୟୀ ସୁଧ ଅର୍ଥ ପ୍ରଦାନ କରାଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ଶୁଣାଣି ସୁଦ୍ଧା ନିର୍ଦେଶ ପାଳନ ନ ହେଲେ ସମ୍ପୃକ୍ତ ଅଧିକାରୀମାନଙ୍କ ଦରମା ବନ୍ଦ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଏକ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଜଷ୍ଟିସ କୃଷ୍ଣ ଏସ. ଦୀକ୍ଷିତ ଏହି ଆଦେଶ ଦେଇଛନ୍ତି।
ଅଲିଭା ଦାସଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ରିଟ୍ ପିଟିସନର ଶୁଣାଣି କରି ହାଇକୋର୍ଟ ୨୦୨୫ ନଭେମ୍ବର ୧୪ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଥିଲେ। ଏହି ନିର୍ଦେଶରେ ଆବେଦନକାରୀଙ୍କୁ ସୁଧ ଅର୍ଥ ପ୍ରଦାନ କରିବା ପାଇଁ କୁହାଯାଇଥିଲା। ତେବେ ଏହାକୁ କାର୍ଯ୍ୟକାରୀ କରା ନ ଯିବାରୁ ଅଲିଭା ଦାସ ଅଦାଲତ ଅବମାନନା ମାମଲା କରିଥିଲେ। ସୁଧ ରାଶି ପ୍ରଦାନ ପାଇଁ ସରକାରଙ୍କ ସହ ଆଲୋଚନା ଚାଲିଥିବାରୁ କିଛି ସମୟ ଦେବାକୁ ସେ ଅଦାଲତଙ୍କୁ ଅନୁରୋଧ କରିଥିଲେ। ପରବର୍ତ୍ତୀ ଶୁଣାଣି ଜୁଲାଇ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।
Powered by Froala Editor