ଅଭିଯୁକ୍ତ ବଦଳରେ ଗିରଫ ହୋଇଥିଲେ ନିର୍ଦ୍ଦୋଷ ବ୍ୟକ୍ତି, ରାତି ଅଧିଆ ଛାଡ଼ିଦେଲା ପୁଲିସ
ନୟାଗଡ: ନୟାଗଡ଼ ଓଡ଼ଗାଁ ଥାନା କଦଳୀବନ୍ଧ ଅଜିତ ସାହୁ ହତ୍ୟା ମାମଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ୪ ଜଣଙ୍କ ମୁହଁ ଘୋଡାଇ ପ୍ରେସମିଟ୍ କରିଥିଲେ ଆଇଜି। ପ୍ରେସମିଟ୍ କରିବା ବେଳେ ପ୍ରତିବାଦ କରିଥିଲେ ସମ୍ପୃକ୍ତ ବ୍ୟକ୍ତି। ତ୍ରୁଟି ହୋଇଥିବା ଜାଣି ପାରି ରାତି ଅଧିଆ ଛାଡ଼ିଦେଲା ପୁଲିସ।
ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କଦଳୀବନ୍ଧ ଠାରେ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ୨୪ ଘଣ୍ଟା ଭିତରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ୧୨ ତାରିଖ ସନ୍ଧ୍ୟାରେ ଆଇଜି ପ୍ରେସମିଟ୍ କରି ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାଇବା ସହ ୪ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ ମକରପଦାର ଶ୍ରୀଧର ସାହୁଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନାମ ରହିଥିଲା। ପ୍ରେସମିଟ୍ ସମୟରେ ଶ୍ରୀଧର ହଠାତ୍ ମୁହଁରୁ ଟାୱାଲ ବାହାର କରି ମୁଁ ନିର୍ଦ୍ଦୋଷ ମତେ ଫସେଇ ଦିଆଯାଇଛି ବୋଲି ପାଟି କରିଥିଲେ। ଏହାପରେ ପୁଲିସ ତରବରିଆ ଭାବେ ରାତିଅଧିଆ ଶ୍ରୀଧରଙ୍କୁ ଛାଡିଦେଇ ଖଣ୍ଡପଡା ଥାନା ଅଞ୍ଚଳର ନରେଶ ବିଶୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
Powered by Froala Editor