ରାଜଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଶାର୍ଲିନ
ପର୍ଣ୍ଣଗ୍ରାଫି ମାମଲାରେ ମଡେଲର ଶାର୍ଲିନ ଚୋପ୍ରା ମୁମ୍ବାଇ କ୍ରାଇମ ବ୍ରାଂଚ ସମ୍ମୁଖରେ ହାଜର ହୋଇଛନ୍ତି । ରାଜ କୁନ୍ଦ୍ରାଙ୍କ ବିରୋଧରେ ଶାର୍ଲିନ ସେକ୍ସୁଆଲ ମିସକଣ୍ଡକ୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ପୁଲିସକୁ ଦେଇଥିବା ବିବୃତ୍ତିରେ ଶାର୍ଲିନ କହିଛନ୍ତି, ରାଜ କୁନ୍ଦ୍ରା ଦୁଇ ବର୍ଷ ତଳେ ଅର୍ଥାତ ୨୦୧୯ରେ ହଠାତ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ବଳପୂର୍ବକ ରାଜ ତାଙ୍କୁ କିସ୍ କରିଥିଲେ। ସେ ଯେତେ ମନା କରିଥିଲେ ମଧ୍ୟ ରାଜ କିଛି ଶୁଣି ନଥିଲେ।
ଶାର୍ଲିନଙ୍କ ଅଭିଯୋଗ ମୁତାବକ, ରାଜ କୁନ୍ଦ୍ରା ଶାର୍ଲିନଙ୍କ ବିଜ୍ନେସ୍ ମ୍ୟାନେଜରଙ୍କୁ ଏକ ପ୍ରସ୍ତାବ ପାଇଁ ଡାକିଥିଲେ। ୨୦୧୯ ମାର୍ଚ୍ଚ ୨୭ ତାରିଖରେ ଏକ ବିଜ୍ନେସ୍ ମିଟିଂ ପରେ ରାଜ କୁନ୍ଦ୍ରା ହଠାତ୍ ତାଙ୍କ ଘର ଭିତରକୁ ପଶି ଆସିଥିଲେ। ଏହା ପୂର୍ବରୁ ମେସେଜ୍ ଜରିଆରେ କୁୂନ୍ଦ୍ରାଙ୍କ ସହ ତାଙ୍କର ଯୁକ୍ତତର୍କ ମଧ୍ୟ ହୋଇଥିଲା। ପୂର୍ବରୁ ଏ ନେଇ ସେ ୨୦୨୧ରେ ରାଜଙ୍କ ବିରୋଧରେ କେସ କରିଥିଲେ । ଶାର୍ଲିନଙ୍କ ସମେତ ଆହୁରି କେତେ ଜଣ ଅଭିନେତ୍ରୀ ରାଜଙ୍କ ହଟଶଟ୍ସ ଆପ ନେଇ ଖୋଲାଖୋଲି ଭାବେ ସମ୍ମୁଖକୁ ଆସିଛନ୍ତି । ଏପରିକି ଶିଳ୍ପା ସେଟ୍ଟୀଙ୍କ ସହ ରାଜଙ୍କ ସମ୍ପର୍କ ଭଲ ନଥିଲା ବୋଲି ଶାର୍ଲିନ କହିଛନ୍ତି ।
ସୂଚନା ମୁତାବକ, ରାଜ କୁନ୍ଦ୍ରା ପର୍ଣ୍ଣ ଭିଡିଓ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଶାର୍ଲିନ ଚୋପ୍ରାଙ୍କୁ ସମନ କରିଛି। ଏବେ ରାଜ କୁନ୍ଦ୍ରା ଜେଲ୍ରେ ଅଛନ୍ତିି। ତାଙ୍କୁ ୧୪ ଦିନିଆ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।
Powered by Froala Editor