ମନ୍ତ୍ରୋଚାରଣ ମଧ୍ୟରେ ବଦ୍ରୀନାଥ ଧାମ ଦ୍ୱାର ଖୋଲିଲା
ମନ୍ଦିରର ଦ୍ୱାର ଖୋଲିବା ଅବସରରେ ଭଗବାନଙ୍କ ଦରବାରକୁ କୁଇଣ୍ଟାଲ କୁଇଣ୍ଟାଲ ଫୁଲରେ ସଜାଯାଇଥିଲା । ଶୁକ୍ରବାର ସକାଳ ୬ଟା ୧୫ ମିନିଟରେ ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଭଗବାନ ବଦ୍ରୀ ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଉନ୍ମୁକ୍ତ କରାଯାଇଛି । ଧାର୍ମିକ ବିଧି ଅନୁଯାୟୀ, କବାଟ ଖୋଲିବା ମାତ୍ରେ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କୁ ତାଙ୍କ ମନ୍ଦିରରେ ବିରାଜମାନ କରାଯାଇଥିଲା । ଏହା ସହିତ ଦକ୍ଷିଣ ଦ୍ୱାର ଦେଇ ଭଗବାନ କୁବେର ଏବଂ ଉଦ୍ଧବ ଜୀଙ୍କ ମୂର୍ତ୍ତିକୁ ମନ୍ଦିର ପରିସର ମଧ୍ୟକୁ ଅଣାଯାଇଥିଲା ।
ବଦ୍ରୀନାଥ ଧାମର କବାଟ ଖୋଲିବା ଖବର ପ୍ରଚାରିତ ହେବା ମାତ୍ରେ ଦେଶ ତଥା ବିଦେଶରୁ ଆସିଥିବା ହଜାର ହଜାର ଭକ୍ତଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ପ୍ରଭୁଙ୍କ ଦର୍ଶନ ସହିତ ଆମେ ଶ୍ରଦ୍ଧାଳୁଙ୍କ ପାଇଁ ଭଣ୍ଡାରା ଅର୍ଥାତ୍ ଅନ୍ନ ପ୍ରସାଦର ମଧ୍ୟ ବ୍ୟବସ୍ଥା କରିଛୁ ।" ଅନ୍ୟ ଜଣେ ଭକ୍ତଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଭକ୍ତଙ୍କ ସଂଖ୍ୟା ଓ ଉତ୍ସାହ ପୂର୍ବ ବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ଦେଖିବାକୁ ମିଳୁଛି । ଜଣେ ଶ୍ରଦ୍ଧାଳୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମେ ଅନେକ ସମୟରୁ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲୁ ।
Powered by Froala Editor