ମମତାଙ୍କ ପ୍ରଚାରରେ ରୋକ ଲଗାଇଲା ନିର୍ବାଚନ କମିସନ
କୋଲକାତା: ନିର୍ବାଚନ ପାଣିପାଗରେ ସରଗରମ ରାଜନୈତିକ ମଇଦାନ । ପଶ୍ଚିମବଙ୍ଗରେ ଉଭୟ ବିଜେପି ଓ ଟିଏମସି ମୁହାଁମୁହିଁ ହେଇଛନ୍ତି । ଧର୍ମ ନାମରେ ଭୋଟ ଭିକ୍ଷା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପି୍ରମୋ ମମତା ବାନାର୍ଜୀଙ୍କ ଉପରେ ନିର୍ବାଚନ କମିସନ ପ୍ରଚାର କଟକଣା ଜାରି କରିଛନ୍ତି । ୧୨ ତାରିଖ ରାତି ୮ ଟାରୁ ୧୩ ତାରିଖ ରାତି ୮ଟା ୨୪ ଘଣ୍ଟା ପର୍ଯ୍ୟନ୍ତ ମମତା କୌଣସି ନିର୍ବାଚନ ପ୍ରଚାର କରିପାରିବେ ନାହିଁ ବୋଲି କମିସନ ନିଦେ୍ର୍ଧଶ ଦେଇଛନ୍ତି । ଆଦର୍ଶ ଆଚରଣ ବିଧି ଏବଂ ଲୋକ ପ୍ରତିନିଧି ଆଇନ ୧୯୫୧ ର କେତେକ ଧାରା ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ସେପଟେ କମିସନରଙ୍କର ଏହି ନିଦେ୍ର୍ଧଶର ତୀବ୍ର ପ୍ରତିବାଦ ଜଣାଇ ଧାରଣା ଦେବେ ବୋଲି ମମତା କହିଥିବା ସୂଚନା ମିଳିଛି ।