ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଟିପିସିଓଡିଏଲର ବ୍ୟାପକ ବ୍ୟବସ୍ଥା
ଭୁବନେଶ୍ୱର: ଗ୍ରୀଷ୍ମ ଋତୁରେ ବିଦ୍ୟୁତ୍ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ ୩୩୪ ଏମଭିଏ ଅତିରିକ୍ତ କ୍ଷମତା ବୃଦ୍ଧି କରିବା ସହ ରିଅଲ୍-ଟାଇମ୍ ଗ୍ରିଡ୍ ମନିଟରିଂ ବ୍ୟବସ୍ଥାକୁ ସୁଦୃଢ଼ କରିଛି। ଏଥିସହିତ ୯୦୦୦ ଗ୍ରାଉଣ୍ଡ ଷ୍ଟାଫଙ୍କୁ ମୁତୟନ କରାଯାଇଛି। କମ୍ପାନୀ ପକ୍ଷରୁ ସୁପରଭାଇଜରୀ କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ୍ (ସ୍କାଡା) ଭଳି ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ବିଦ୍ୟୁତ୍ ଫିଡର, ସବ୍-ଷ୍ଟେସନ୍ ଏବଂ ଲୋଡ ଫ୍ଲୋ ଉପରେ ସଦାସର୍ବଦା ନଜର ରଖାଯାଉଛି। ଏହି ବ୍ୟବସ୍ଥା ମାଧ୍ୟମରେ ଯାନ୍ତ୍ରିକ ତ୍ରୁଟିକୁ ତୁରନ୍ତ ଚିହ୍ନଟ କରି ଦୂରରୁ ସୁଇଚ୍ ଅପରେଟ୍ କରାଯାଇପାରୁଛି। ବ୍ୟାପକ ଭାବେ ଗଛ ଡାଳ କଟାଯିବା ସହିତ ଟ୍ରାନ୍ସଫର୍ମର, ଫିଡର୍ ପିଳର ଓ ଭୂତଳ କେବୁଲ୍ ନେଟୱାର୍କର ଥର୍ମାଲ ସ୍କାନିଂ କରାଯାଇଛି। ଚଳିତ ଋତୁରେ ୨୬୯୦ ମେଗାୱାଟ ପିକ ଡିମାଣ୍ଡକୁ ପୂରଣ କରିବା ପାଇଁ କମ୍ପାନୀ ସମସ୍ତ ବ୍ୟବସ୍ଥା କରିଛି। ୨୪ ଘଣ୍ଟିଆ କଲ୍ ସେଣ୍ଟର, ଡିଜିଟାଲ୍ କମାଣ୍ଡ୍ ସେଣ୍ଟର, ଏସଏମଏସ ଆଲର୍ଟ, ମିସ୍ଡ୍ କଲ୍ ସେବା ଓ ମୋବାଇଲ୍ ଆଧାରିତ ଆପ୍ଲିକେସନ୍ ଦ୍ବାରା ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ବ୍ୟବସ୍ଥା କରାଯାଇଛି।
Powered by Froala Editor